ETV Bharat / bharat

49 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା - ଦିଲ୍ଲୀ

ତାତିରେ ଛଟପଟ ଦିଲ୍ଲୀ । ଅସହ୍ୟ ଗରମରେ ଡହଳ ବିକଳ ଜନଜୀବନ । ଚଳିତବର୍ଷ 49 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା ।

ଫଟୋ ସୌଡନ୍ଯ: ସୋସିଆଲ ମିଡିଆ
author img

By

Published : May 1, 2019, 4:09 PM IST

ନୂଆଦିଲ୍ଲୀ: ମେ' ମାସ ଆରମ୍ଭ ନ ହେଉଣୁ 49 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା । ଅସହ୍ୟ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ତେବେ ପାଲାମାରେ ସର୍ବୋଚ୍ଚ ତାପମାତ୍ରା 45.3 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ସୂଚନାନୂଯାୟୀ, 1941 ମସିହାରେ ପାଲାମାରେ 45.6 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚଳିତଥର 49 ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ତାପମାତ୍ରା । ତେବେ ଆହୁରି 24 ଘଣ୍ଟା ତାତି ଓ ଖରାରେ ସିଝିବେ ଦିଲ୍ଲୀବାସୀ ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର କହିବାନୂଯାୟୀ, ମଙ୍ଗଳବାର ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ରହିଥିବାବେଳେ ରାତି ସମୟରେ ତାପମାତ୍ରା 23 ଡିଗ୍ରୀ ସେଲସିୟସ ରହିଥିଲା । ତେବେ ବୁଧବାର ତାପମାତ୍ରା ବୃଦ୍ଧି ପାଇ 45.6 ଡିଗ୍ରୀ ହୋଇଛି ।

Intro:Body:

shreemayee

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.