ETV Bharat / bharat

ଭାରତରେ ଆତ୍ମହତ୍ୟା ରିପୋର୍ଟ

ମଣିଷ ତାର ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ହେଲେ ଏପରି ଏକ ସମୟରେ ଏମିତି କିଛି ପରିସ୍ଥିତି ତାର ସାମ୍ନାକୁ ଆସିଥାଏ, ଯେଉଁଠି ତାକୁ ଅନୁଭବ ହୁଏ ଯେ, ତାର ଜୀବନର ସମସ୍ତ ରାସ୍ତା ସେଇଠାରେ ହିଁ ଶେଷ ହେଇଯାଉଛି । ଆଉ ସେ ତାପରେ ଆତ୍ମହତ୍ୟାକୁ ନିଜର ଶେଷ ରାସ୍ତା ବାଛିନିଏ । ତେବେ ପଢନ୍ତୁ ଦେଶର ଆତ୍ମହତ୍ୟାର ସମ୍ପୂର୍ଣ୍ଣ ଖବର...

ଭାରତରେ ଆତ୍ମହତ୍ୟା ସମସ୍ୟା
ଭାରତରେ ଆତ୍ମହତ୍ୟା ସମସ୍ୟା
author img

By

Published : Sep 15, 2020, 10:10 PM IST

ହାଇଦ୍ରାବାଦ: ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ମାମଲା । ଦେଶରେ 2018 ମସିହାରେ 1,34,516 ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 1,39,123 ଜଣ ଆତ୍ମହତ୍ୟା କରିଛନ୍ତି । ଯାହା ଦ୍ବାରା ଆତ୍ମହତ୍ୟା ଘଟଣାରେ ଏକ ପ୍ରକାର ବୃଦ୍ଧି ପରିଲକ୍ଷିତ ହୋଇଛି ।

ସମଗ୍ର ଭାରତରେ ଆତ୍ମହତ୍ୟା ହାର 10.4 ତୁଳନାରେ ସହରଗୁଡିକରେ ଆତ୍ମହତ୍ୟା ହାର 13.9 ଅଧିକ ଥିଲା ।

‘ପାରିବାରିକ ସମସ୍ୟା (ବିବାହ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ)’ (32.4%), ‘ବିବାହ ସମ୍ବନ୍ଧୀୟ ସମସ୍ୟା’ (5.5%) ଏବଂ ‘ଅସୁସ୍ଥତା’ (17.1%) 2019 ମସିହାରେ ଦେଶରେ ମୋଟ ଆତ୍ମହତ୍ୟାର 55.0 ପ୍ରତିଶତ ଅଟେ।

ତେବେ ପୁରୁଷ ଓ ମହିଳାଙ୍କ ଆତ୍ମହତ୍ୟା ଅନୁପାତ 70.2: 29.8 ରହିଛି ।

ପୁରୁଷ ପୀଡିତଙ୍କ ପ୍ରାୟ 68.4 ପ୍ରତିଶତ ବିବାହିତ ଥିବାବେଳେ ଏହି ଅନୁପାତରେ ମହିଳା ପୀଡିତଙ୍କ ପାଇଁ 62.5 ପ୍ରତିଶତ ଥିଲା।

ଆତ୍ମହତ୍ୟାର ଶିକାର ହୋଇଥିବା 12.6 ପ୍ରତିଶତ ଅଶିକ୍ଷିତ, 16.3 ପ୍ରତିଶତ ଆତ୍ମହତ୍ୟା ପୀଡିତା ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷିତ ହୋଇଥିଲେ, 19.6 ପ୍ରତିଶତ ଆତ୍ମହତ୍ୟା ପୀଡିତା ମଧ୍ୟମ ସ୍ତର ପର୍ଯ୍ୟନ୍ତ ଏବଂ ଆତ୍ମହତ୍ୟା ପୀଡିତଙ୍କ 23.3 ପ୍ରତିଶତ ମାଟ୍ରିକ ସ୍ତର ପର୍ଯ୍ୟନ୍ତ ଶିକ୍ଷିତ ହୋଇଥିଲେ। ମୋଟ ଆତ୍ମହତ୍ୟାର 3.7 ପ୍ରତିଶତ ସ୍ନାତକ ଏବଂ ତଦୁର୍ଦ୍ଧ୍ୱ ଥିଲେ ।

‘ରସି ଲଗାଇ’ 53.6 ପ୍ରତିଶତ ଆତ୍ମହତ୍ୟା କରିଥିବାବେଳେ, 25.8 ପ୍ରତିଶତ ବିଷ ପିଇ, 5.2 ପ୍ରତିଶତ ପାଣିକୁ ଡେଇଁ ଏବଂ ନିଜକୁ ଜାଳିଦେଇଥିବା 3.8 ପ୍ରତିଶତ ଲକ ଆତ୍ମହତ୍ୟା କରିଛନ୍ତି ।

ଅତ୍ୟଧିକ ଆତ୍ମହତ୍ୟା ମାମଲା ପାରିବାରିକ କଳହ ଦ୍ବାରା ହୋଇଛି । ସେଥିମଧ୍ୟରୁ ତାମିଲନାଡୁରେ 16, ଆନ୍ଧ୍ରପ୍ରଦେଶ 14, କେରଳ 11, ପଞ୍ଜାବରେ 9 ଏବଂ ରାଜସ୍ଥାନ 7 ରହିଛି ।

2019 ରେ 116 ଜଣ ଅନ୍ତେବାସୀ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ସର୍ବାଧିକ ଉତ୍ତରପ୍ରଦେଶ 20 ପରେ ପଞ୍ଜାବରେ 13 ଏବଂ ପଶ୍ଚିମବଙ୍ଗ 11 ରିପୋର୍ଟ କରିଥିଲା।

ଚାଷୀ ଆତ୍ମହତ୍ୟା

2019ରେ 42,480 କୃଷକ ଏବଂ ଦିନ ମଜୁରିଆମାନେ ଆତ୍ମହତ୍ୟା କରିଛନ୍ତି । ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ 6% ବୃଦ୍ଧି ପାଇଛି, କାରଣ ଆତ୍ମହତ୍ୟା କରୁଥିବା କୃଷକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାବେଳେ ଦିନ ମଜୁରିଆଙ୍କ ସଂଖ୍ୟା 8% ବୃଦ୍ଧି ପାଇଛି ।

2019ରେ 10,281 କୃଷକ ଆତ୍ମହତ୍ୟା କରିଥିଲେ, ଯାହା 2018ରେ 10,357ରୁ ହ୍ରାସ ପାଇଥିଲାବେଳେ ଦିନ ମଜୁରିଆଙ୍କ ସଂଖ୍ୟା 30,132 ରୁ 32,559କୁ ବୃଦ୍ଧି ପାଇଥିଲା ।

କୃଷି କ୍ଷେତ୍ରରେ ଆତ୍ମହତ୍ୟା ହାର ଦେଶରେ ମୋଟ ଆତ୍ମହତ୍ୟାର 7.4 ପ୍ରତିଶତ ଥିଲା, ଫଳସ୍ୱରୂପ 5,957 କୃଷକ ଏବଂ 4,324 ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଥିଲା ।

ଦେଶରେ ମୋଟ ଆତ୍ମହତ୍ୟା ସଂଖ୍ୟା 2019 ରେ 139,123କୁ ବୃଦ୍ଧି ପାଇ 2018ରେ 1,34,516ରୁ ବୃଦ୍ଧି ପାଇଛି ।

ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତରାଖଣ୍ଡ, ମଣିପୁର, ଚଣ୍ଡିଗଡ଼, ଦାମନ ଏବଂ ଡିୟୁ, ଦିଲ୍ଲୀ, ଲାକ୍ଷ୍ମାଦୀପ ଏବଂ ପୁଡୁଚେରୀ ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୃଷକ ଏବଂ କୃଷି ଶ୍ରମିକ ଆତ୍ମହତ୍ୟା କରିନଥିବା ମାମଲା ରିପୋର୍ଟ ହୋଇଛି ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଦୁର୍ଘଟଣା ଏବଂ ଆତ୍ମହତ୍ୟା ।

2019ରେ ସମୁଦାୟ 104 CAPF କର୍ମଚାରୀ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

CAPF ଗୁଡ଼ିକରେ 59.6% ଏବଂ 23.1% କାରଣ ଯଥାକ୍ରମେ 'ଅନ୍ୟାନ୍ୟ କାରଣରୁ ମୃତ୍ୟୁ' ଏବଂ 'ସଡକ / ରେଳ ଦୁର୍ଘଟଣା ହେତୁ ମୃତ୍ୟୁ' କାରଣରୁ ହୋଇଥିଲା ।

2019ରେ ସମୁଦାୟ 36 CAPF କର୍ମଚାରୀ ଆତ୍ମହତ୍ୟା କରିଥିଲେ ।

CAPF କର୍ମଚାରୀଙ୍କ ଦ୍ୱାରା ମୋଟ ଆତ୍ମହତ୍ୟାର 38.9% 'ପରିବାର ସମସ୍ୟା' କାରଣରୁ ହୋଇଥିଲା ।

ରାଜସ୍ଥାନରେ 5 ଆତ୍ମହତ୍ୟା ହୋଇଥିବାବେଳେ ତାମିଲନାଡୁ (4 ଆତ୍ମହତ୍ୟା), ଅରୁଣାଚଳ ପ୍ରଦେଶ, ଛତିଶଗଡ, ଜମ୍ମୁ କାଶ୍ମୀର, ନାଗାଲାଣ୍ଡ, ତ୍ରିପୁରା ଏବଂ ଦିଲ୍ଲୀ UT (ପ୍ରତ୍ୟେକ 3ଟି ଆତ୍ମହତ୍ୟା) ରିପୋର୍ଟ ହୋଇଛି । ଏହି 8ଟି ରାଜ୍ୟ / UT ମିଳିତ ଭାବରେ ଦେଶର CAPF ଗୁଡ଼ିକରେ ଆତ୍ମହତ୍ୟାର 75.0% (36 ମଧ୍ୟରୁ 27) ଥିଲା।

2019 ମସିହାରେ CAPF କର୍ମଚାରୀଙ୍କ ଆତ୍ମହତ୍ୟା କାରଣ 38.9% (14) ଆତ୍ମହତ୍ୟା ପରିବାର ସମସ୍ୟା କାରଣରୁ ହୋଇଥିଲା ।

ସେବା ସମ୍ବନ୍ଧୀୟ ସମସ୍ୟା ହେତୁ ମୋଟ 3 ଜଣ ଆତ୍ମହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.