ETV Bharat / bharat

ଭାରତରେ ବୃଦ୍ଧି ପାଉଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ଆଗରେ ପୁରୁଷ - Suicides

2019ର ଆତ୍ମହତ୍ୟା ରିପୋର୍ଟ ପ୍ରକାଶ ପାଇଛି । 2018 ତୁଳନାରେ 2018ରେ 0.2 ପ୍ରତିଶତ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । 2018ରେ 1,34,516ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 1,39,123 ଜଣ ଆତ୍ମହତ୍ୟା କରିଛନ୍ତି ।

ଭାରତରେ ବୃଦ୍ଧି ପାଉଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ଆଗରେ ପୁରୁଷ

author img

By

Published : Sep 5, 2020, 2:37 PM IST

ହାଇଦ୍ରାବାଦ: 2019ର ଆତ୍ମହତ୍ୟା ରିପୋର୍ଟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ 0.2 ପ୍ରତିଶତ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । 2018ରେ 1,34,516 ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 1,39,123 ଜଣ ଆତ୍ମହତ୍ୟା କରିଛନ୍ତି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଆତ୍ମହତ୍ୟା ହାର ଅଧିକ ରହିଛି । ପାରିବାରିକ ସମସ୍ୟାରେ (ବିବାହ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ) 32.4%, ବିବାହ ସମ୍ବନ୍ଧୀୟ ସମସ୍ୟାରେ 5.5% ଓ ଅସୁସ୍ଥତାରେ 17.1% । ଦେଶରେ ସମୁଦାୟ ଆତ୍ମହତ୍ୟାର ମାତ୍ରା 55.0% ରହିଛି ।

2019 ବର୍ଷରେ ପୁରୁଷ ଓ ମହିଳାଙ୍କ ଆତ୍ମହତ୍ୟା ଅନୁପାତ 70.2:29.8 ରହିଛି । ପୁରୁଷ ପୀଡିତଙ୍କ ମଧ୍ୟରୁ ପ୍ରାୟ 68.4% ବିବାହିତ ଥିବାବେଳେ ମହିଳା ପୀଡିତଙ୍କ ସଂଖ୍ୟା 62.5% ରହିଛି । ଆତ୍ମହତ୍ୟାର 12.6% ପୀଡିତ ଅଶିକ୍ଷିତ, 16.3% ଆତ୍ମହତ୍ୟା ପୀଡିତ ପ୍ରାଥମିକ ଶିକ୍ଷିତ ଆତ୍ମହତ୍ୟା କରିଥିବା 19.6% ମଧ୍ୟବିତ୍ତ ଶିକ୍ଷା ଗ୍ରହଣ କରିଛନ୍ତି । ଏହାସହ 23.3% ଆତ୍ମହତ୍ୟା କରିଥିବା ଲୋକ ମ୍ୟାଟ୍ରିକ ଶିକ୍ଷିତ । ଏହାସହ 3.7% ଆତ୍ମହତ୍ୟା କରିଥିବା ଲୋକେ ସ୍ନାତକ ଶିକ୍ଷିତ ।

ଫାଶୀ ଲଗାଇ 53.6%, ବିଷ ପିଇ 25.8%, ପାଣିରେ ବୁଡ଼ି 5.2% ଓ ନିଜକୁ ଜାଳିଦେେଇ ଆତ୍ମହତ୍ୟା କରିଥିବା ପ୍ରତିଶତ 3.8% । ତାମିଲନାଡୁରେ ସର୍ବାଧିକ ଗୋଟିଏ ପରିବାରର 16 ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ 14, କେରଳରେ 11, ପଞ୍ଜାବରେ 9, ରାଜସ୍ଥାନରେ 7 । 2019ରେ 116 ଜଣ କଏଦୀ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ 20, ପଞ୍ଜାବରେ 13 ଓ ପଶ୍ଚିମବଙ୍ଗରେ 11 ।

ଚାଷୀ ଆତ୍ମହତ୍ୟା:-

2019ରେ 42,480 କୃଷକ ଓ ଦୈନିକ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ଯାହା ପ୍ରାୟ 6% ବୃଦ୍ଧି ପାଇଛି । 2018ରେ ଆତ୍ମହତ୍ୟା କରୁଥିବା କୃଷକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା । ଶ୍ରମିକଙ୍କ ମୃତ୍ୟୁସଂଖ୍ୟା 8 ପ୍ରତିଶତ ବୃଦ୍ଧି ପାଇଛି । 2019ରେ 10,281 କୃଷକ ଆତ୍ମହତ୍ୟା କରିଛନ୍ତି । 2018ରେ 10,357 ଆତ୍ମହତ୍ୟା କରିଥିଲେ । ଦୈନିକ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା 30,132 ରୁ 32,559କୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ଆତ୍ମହତ୍ୟା ହାର ମୋଟ ଆତ୍ମହତ୍ୟାର 7.4 ପ୍ରତିଶତ ରହିଛି । ଦେଶରେ 5,957 କୃଷକ ଓ 4,324 କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ମଣିପୁର ଭଳି ରାଜ୍ୟ ଓ ଚଣ୍ଡିଗଡ଼, ଡାମନ ଆଣ୍ଡ ଡିୟୁ, ଦିଲ୍ଲୀ, ଲକ୍ଷାଦ୍ବୀପ, ପୁଡୁଚେରୀ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ କୃଷକଙ୍କ ଆତ୍ମହତ୍ୟା ମାମଲା ଅଧିକ ରହିଛି ।

ତେବେ 2015ରେ ସର୍ବାଧିକ 10.6 ପ୍ରତିଶତ ଆତ୍ମହତ୍ୟା ହାର ଥିବା ବେଳେ 2016ରେ 10.3%, 2017ରେ 9.9% ,2018ରେ 10.2% ଓ 2019ରେ 10.2% ରହିଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆତ୍ମହତ୍ୟା:-

ସର୍ବାଧିକ ଜନବହୁଳ କେନ୍ଦ୍ରଶାସିତ ଅଞ୍ଚଳ ଥିବା ଦିଲ୍ଲୀରେ ସର୍ବାଧିକ ଆତ୍ମହତ୍ୟା 2,526 ରିପୋର୍ଟ କରାଯାଇଛି । ପରେ ପୁଡୁଚେରୀରେ 493 ଜଣ । ଅବଶିଷ୍ଟ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ସମୁଦାୟ ଆତ୍ମହତ୍ୟାର 2.2% ରହିଛି । 2019 ମସିହାରେ ଦେଶର 53 ମେଗା ସହରରେ ସମୁଦାୟ 22,390 ଆତ୍ମହତ୍ୟା ହୋଇଥିବା ଜଣାଯାଇଛି ।

ଭାରତରେ ବୃଦ୍ଧି ପାଉଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ଆଗରେ ପୁରୁଷ
ଭାରତରେ ବୃଦ୍ଧି ପାଉଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ଆଗରେ ପୁରୁଷ

ଆତ୍ମହତ୍ୟା କ୍ଷେତ୍ରରେ ସର୍ବନିମ୍ନ ଓ ସର୍ବାଧିକ ହାର:-

ଆତ୍ମହତ୍ୟାର କାରଣ:-

ଦେବାଳିଆ, ବୈବାହିକ ଜୀବନରେ ସମସ୍ୟା, ଯୌତୁକ, ଅବୈଧ ବୈବାହିକ ସମ୍ପର୍କ, ଛାଡପତ୍ର, ପରୀକ୍ଷାରେ ବିଫଳ, ପାରିବାରିକ ସମସ୍ୟା, କର୍କଟ, ରୋଗବ୍ୟାଧି, ପକ୍ଷାଘାତ, ନିକଟବର୍ତ୍ତୀ ଲୋକଙ୍କ ମୃତ୍ୟୁ, ଦାରିଦ୍ର୍ୟତା, ପ୍ରେମ ସମ୍ପର୍କ, ବେରୋଜଗାରୀ, ସମ୍ପତି ଭାଗବଣ୍ଟା, ଦୁଷ୍କର୍ମ, କ୍ୟାରିୟର ସମସ୍ୟା ଆଦି ଆତ୍ମହତ୍ୟାର ମୁଖ୍ୟ କାରଣ । 2019ରେ ସର୍ବାଧିକ ପୁରୁଷ 97613 ଜଣ ଆତ୍ମହତ୍ୟା କରିଥିବାବେଳେ ମହିଳା 41493 ଜଣ ଆତ୍ମହତ୍ୟା କରିଛନ୍ତି । ଏହାସହ କିନ୍ନରଙ୍କ ଆତ୍ମହତ୍ୟା ସଂଖ୍ୟା ସର୍ବନିମ୍ନ 17ରେ ରହିଛି ।

2019ରେ ଲିଙ୍ଗ ଓ ବୟସ ଅନୁଯାୟୀ ଆତ୍ମହତ୍ୟା :-

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF) ରେ ଦୁର୍ଘଟଣା ଏବଂ ଆତ୍ମହତ୍ୟା:-

2019ରେ ସମୁଦାୟ 104 CAPF କର୍ମଚାରୀ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । CAPFରେ ଅନ୍ୟାନ୍ୟ ବ୍ୟକ୍ତିଗତ କାରଣରୁ 59.6% ମୃତ୍ୟୁ । 23.1% ମୃତ୍ୟୁର କାରଣ ରେଳ କିମ୍ବା ସଡକ ଦୁର୍ଘଟଣା । 2019ରେ ସମୁଦାୟ 36ଜଣ CAPF କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । CAPF କର୍ମଚାରୀଙ୍କ ଦ୍ବାରା ମୋଟ ଆତ୍ମହତ୍ୟାର 38.9% ପାରିବାରିକ ସମସ୍ୟା କାରଣରୁ ହୋଇଛି । ରାଜସ୍ଥାନରେ 5ଟି ଆତ୍ମହତ୍ୟା ହୋଇଥିବାବେଳେ ତାମିଲନାଡୁରେ 4, ଅରୁଣାଚଳ ପ୍ରଦେଶ, ଛତିଶଗଡ, ଜାମ୍ମୁ କାଶ୍ମୀର, ନାଗାଲାଣ୍ଡ, ତ୍ରିପୁରା ଓ ଦିଲ୍ଲୀରେ 3ଟି ଲେଖାଏଁ ଆତ୍ମହତ୍ୟା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.