ETV Bharat / bharat

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଛାତ୍ରଛାତ୍ରୀ

author img

By

Published : Aug 3, 2020, 5:30 PM IST

ପରିବେଶ ବଞ୍ଚାଅ' ଏବଂ 'ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ' ଭଳି ବାର୍ତ୍ତା ଦେଇ ଗଛରେ ରାକ୍ଷୀ ବାନ୍ଧି ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କଲେ ମୁରାଦାବାଦର ବିଦ୍ୟାର୍ଥୀ । ଅଧିକ ପଢନ୍ତୁ...

ଗଛରେ ରାଖୀ ବାନ୍ଧି ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କଲେ ଛାତ୍ରଛାତ୍ରୀ

ଲକ୍ଷ୍ନୌ: ପରିବେଶ ବଞ୍ଚାଅ' ଏବଂ 'ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ' ଭଳି ବାର୍ତ୍ତା ଦେଇ ଗଛରେ ରାକ୍ଷୀ ବାନ୍ଧି ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କଲେ ମୁରାଦାବାଦର ବିଦ୍ୟାର୍ଥୀ । ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ଥିଲା ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ ।

ଦିନକୁ ଦୁନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗଛଗୁଡ଼ିକୁ ମଧ୍ୟ କଟାଯାଉଛି । କଥାରେ ଅଛି ବୃକ୍ଷ ହିଁ ସମ୍ପଦ, ବୃକ୍ଷ ହିଁ ଜୀବନ, ବିନା ବୃକ୍ଷେ ସୃଷ୍ଟି ନାଶ । ତେଣୁ ଗଛଗୁଡିକୁ ସୁରକ୍ଷା ଦେବା ଆମର ଦାୟିତ୍ବ । ଏହି ପବିତ୍ର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ସହ ସମାଜର ସୁରକ୍ଷା କାମନା କରିଥାଏ। କିନ୍ତୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ସହାୟତା କରୁଥିବା ବୃକ୍ଷ ପାଖରେ ପ୍ରତ୍ୟେକ ମଣିଷ ଆଜି ଋଣୀ। ଏହି ବାର୍ତ୍ତା ଦେବାକୁ ଗଛରେ ରାଖୀ ବାନ୍ଧିଥିଲେ ଛାତ୍ରଛାତ୍ରୀ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.