ETV Bharat / bharat

ସାମାଜିକ ଦୂରତ୍ବ ବଜାୟ ରଖିବାକୁ ମେସିନ ଉଦ୍ଭାବନ କଲେ ଦ୍ବାଦଶ ଶ୍ରେଣୀ ଛାତ୍ର - କୋଭିଡ -19

ସାମାଜିକ ଦୂରତା ବଜାୟ ରଖିବାକୁ ନୋଏଡାର ଏପିଜେ ସ୍କୁଲର ଛାତ୍ର ପାର୍ଥ ବନସାଲ ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯାହା ଦ୍ବାରା ଲୋକମାନେ ସାମାଜିକ ଦୂରତାକୁ ଅନୁସରଣ କରିପାରିବେ । ଦ୍ୱାଦଶ ଛାତ୍ରଙ୍କ ଏଭଳି ଆବିଷ୍କାର ପାଇଁ ଚଳିତ ବର୍ଷ ତାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

student invented a maching After the alarm society distancing is break
ସାମାଜିକ ଦୂରତ୍ବ ବଜାୟ ରଖିବାକୁ ମେସିନ ଉଦ୍ଭାବନ କଲେ ଦ୍ବାଦଶ ଶ୍ରେଣୀ ଛାତ୍ର
author img

By

Published : May 12, 2020, 3:25 PM IST

ନୂଆଦିଲ୍ଲୀ: କୋଭିଡ -19 ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ । ଏହି କାରଣରୁ ସାରା ଦେଶରେ ଲକଡାଉନରେ ଥିବା ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବାକୁ କୁହାଯାଇଛି । କିନ୍ତୁ ଧାଡିରେ ଠିଆ ହେବାବେଳେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର | ତେବେ ନୋଏଡାର ଏପିଜେ ସ୍କୁଲର ଛାତ୍ର ପାର୍ଥ ବନସାଲ, ଏହାକୁ ଲକ୍ଷ କରି ଲକଡାଉନ୍ ସମୟରେ ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯାହା ଦ୍ବାରା ଲୋକମାନେ ସାମାଜିକ ଦୂରତାକୁ ଅନୁସରଣ କରିପାରିବେ ।

ସାମାଜିକ ଦୂରତ୍ବ ବଜାୟ ରଖିବାକୁ ମେସିନ ଉଦ୍ଭାବନ କଲେ ଦ୍ବାଦଶ ଶ୍ରେଣୀ ଛାତ୍ର

ପାର୍ଥ ହାତରେ ପିନ୍ଧିବା ପାଇଁ ଏକ ମେସିନ ବନାଇଛନ୍ତି, ଯାହା ଆପଣଙ୍କୁ ଏକ ମିଟର ଦୂରତାରେ ସତର୍କ କରାଇବ କି, ଆପଣଙ୍କର ସାମାଜିକ ଦୂରତା ସମାପ୍ତ ହୋଇ ସାରିଛି। ଦ୍ୱାଦଶ ଛାତ୍ରଙ୍କ ଏଭଳି ଆବିଷ୍କାର ପାଇଁ ଚଳିତ ବର୍ଷ ତାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଛି । APJ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ର ହେଉଛନ୍ତି ପାର୍ଥ ବନ୍ସଲ୍ | ପାର୍ଥ ବନ୍ସଲ ଅଳ୍ପ ବୟସରେ ଅନେକ ଉଦ୍ଭାବନ କରିଛନ୍ତି । ତାଙ୍କର ସର୍ବଶେଷ ଉଦ୍ଭାବନ ହେଉଛି ଅଲଟ୍ରାସୋନିକ୍ ସେନ୍ସର ଦ୍ୱାରା ନିର୍ମିତ ଏକ ଯନ୍ତ୍ର | ହାତରେ ଏହି ମେସିନ୍ ପିନ୍ଧିବା ପରେ, ଯଦି ଜଣେ ବ୍ୟକ୍ତି ଏକ ମିଟର ଦୂରତା ମଧ୍ୟରେ ଆସେ, ତେବେ ଏହା ଆଲାରାମ ପରି ବାଜିବା ଆରମ୍ଭ କରିବ ଏବଂ ସାମାଜିକ ଦୂରତାକୁ ସଠିକ୍ ଭାବରେ ଅନୁସରଣ କରିବା ପାଇଁ ବ୍ୟକ୍ତିଙ୍କୁ ସଚେତନ କରିବ ।

ଏହି ମେସିନ୍ ତିଆରି କରିବାର କଳ୍ପନା କିପରି ହେଲା ପଚାରିବାରୁ ପାର୍ଥ କୁହନ୍ତି ଯେ, ‘ଲକଡାଉନ ସମୟରେ ସେ ଦିନେ ଘର ପାଇଁ ଆବଶ୍ୟକ ସାମଗ୍ରୀ ନେବାକୁ ମାର୍କେଟ ଯାଇ ଦେଖିଲେ ଯେ ଲୋକମାନେ ସାମାଜିକ ଦୂରତା ରଖିବାକୁ ଚେଷ୍ଟା କରୁଛନ୍ତି ସତ, କିନ୍ତୁ ସେମାନେ ସାମାଜିକ ଦୂରତାର ସଠିକ ଅନୁମାନ କରି ପାରୁ ନାହାଁନ୍ତି ’। ତେଣୁ ପାର୍ଥ ଏପରି ଉପକରଣ ତିଆରି କରିବାକୁ ଚିନ୍ତା କଲେ ଏବଂ ଗୋଟିଏ ଦିନ ମଧ୍ୟରେ ଏହାକୁ ପ୍ରସ୍ତୁତ କଲେ । ଏହି ଯନ୍ତ୍ରର ମୂଲ୍ୟ 600 ରୁ 700 ଟଙ୍କା ମଧ୍ୟରେ ରହିଛି । ପାର୍ଥ ବନସଲ ତାଙ୍କ ଉଦ୍ଭାବନକୁ 'ଇଗ୍ନାଇଟ୍ ଆୱାର୍ଡ' ସହିତ ଅଂଶୀଦାର କରିଛନ୍ତି ଏବଂ ଯଦି ସେଠାରୁ ଅନୁମୋଦନ ମିଳେ ତେବେ ଏହାକୁ ବଜାରକୁ ମଧ୍ୟ ଅଣାଯାଇପାରିବ ବୋଲି ପାର୍ଥ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.