ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଆନ୍ଦୋଳନର ବହ୍ନୀ ପ୍ରଜ୍ବଳିତ ହେଉଛି । ଆସାମ ଏବଂ ତ୍ରିପୁରାରେ ଏବେ ସୁଦ୍ଧା ସେନା ମୁତୟନ ଥିବାବେଳେ କର୍ଫ୍ୟୁ ଜାରି ରହିଛି । ସେପଟେ ଆସାମରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଶନିବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ବେଙ୍ଗଲର ବିଭିନ୍ନ ମୁସଲିମ ସମ୍ପ୍ରଦାୟ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଜ୍ୟର ଅରାମାବାଗ, ପଶ୍ଚିମ ମିନ୍ଦାପୁର, ଉଭୟ ଉତ୍ତର ଦକ୍ଷିଣ 24 ପରଗାନା, ହାୱାଡା ଓ ମୁର୍ଶୀଦାବାଦ ଆଦି ସ୍ଥାନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରଦର୍ଶନକାରୀ ମାନେ ଅନେକ ସ୍ଥାନରେ ସାଧାରଣ ସଂପତ୍ତି ନଷ୍ଟ କରିଛନ୍ତି ।
ସେହିପରି ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଓଲ୍ଡ ସିଟିଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।