ETV Bharat / bharat

ବାହ୍ୟ ସୁରକ୍ଷା ପାଇଁ ଶ୍ରୀଲଙ୍କା ସର୍ବଦା ଭାରତ ଉପରେ ହିଁ ନିର୍ଭରଶୀଳ: ବିଶେଷଜ୍ଞ - Sri Lanka always dependent on India

ଭାରତର ସ୍ୱାର୍ଥ ବିରୋଧରେ ଶ୍ରୀଲଙ୍କା କାମ କରିବା ନାହିଁ । ଭାରତ ଏବେ ବି ଶ୍ରୀଲଙ୍କା ପାଇଁ ଏକ ପ୍ରମୁଖ ସହାୟକ ରାଷ୍ଟ୍ର । ସମ୍ପୂର୍ଣ୍ଣ ପଢନ୍ତୁ...

ବାହ୍ୟ ସୁରକ୍ଷା ପାଇଁ ଶ୍ରୀଲଙ୍କା ସର୍ବଦା ଭାରତ ଉପରେ ହିଁ ନିର୍ଭରଶୀଳ: ବିଶେଷଜ୍ଞ

author img

By

Published : Aug 27, 2020, 1:07 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ସବୁବେଳେ ‘ଇଣ୍ଡିଆ ଫାଷ୍ଟ’ ନୀତିକୁ ଗୁରୁତ୍ୱ ଦେଇଆସିଛି ବୋଲି ସେ ଦେଶର ବୈଦେଶିକ ସଚିବ ଜୟନାଥ କଲମ୍ବୋଜେ ସ୍ପଷ୍ଟ କରିଛନ୍ତି । ଏନେଇ ଭାରତ-ଶ୍ରୀଲଙ୍କା ସମ୍ପର୍କ ଉପରେ ନଜର ରଖୁଥିବା ଜଣେ ଅଗ୍ରଣୀ ବିଶେଷଜ୍ଞ କହିଛନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। କାହିଁକି ନା, ଶ୍ରୀଲଙ୍କା ସବୁବେଳେ ବାହ୍ୟ ସୁରକ୍ଷା ପାଇଁ ନୂଆଦିଲ୍ଲୀ ଉପରେ ହିଁ ନିର୍ଭର କରିଛି ।

ଶ୍ରୀଲଙ୍କାର ବୈଦେଶିକ ସଚିବ ଭାବେ ନିଯୁକ୍ତି ପାଇଲା ପରେ କିଛି ଦିନ ପୂର୍ବେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜୟନାଥ କହିଥିଲେ ଯେ, ତାଙ୍କ ଦେଶ ନିରପେକ୍ଷ ବୈଦେଶିକ ନୀତି ଅନୁସରଣ କରିବାକୁ ଚାହେଁ । କିନ୍ତୁ ରଣନୀତିକ ଓ ସୁରକ୍ଷା ଦୃଷ୍ଟିକୋଣରୁ ନିଜର ‘ଇଣ୍ଡିଆ ଫାଷ୍ଟ’ନୀତି ବି ବଜାୟ ରଖିବାକୁ ଚାହେଁ ଶ୍ରୀଲଙ୍କା । ରାଷ୍ଟ୍ରପତି ଗୋତବ।। ମହାପାକ୍ସେ ଇଣ୍ଡିଆ ଫାଷ୍ଟ ନୀତି ଅନୁସରଣ କରିବା ସମ୍ପର୍କରେ ଆଗରୁ କହିସାରିଛନ୍ତି ବୋଲି ଜୟନାଥ କହିଥିଲେ । ଭାରତ ପାଇଁ ଶ୍ରୀଲଙ୍କା କେବେ ବି ଷ୍ଟ୍ରାଟେଜିକ ସିକ୍ୟୁରିଟି ଦୃଷ୍ଟିରୁ ବିପଦ ସାଜିବ ନାହିଁ । ଭାରତ ଠାରୁ ଶ୍ରୀଲଙ୍କା ଉପକୃତ ହେବା ଦରକାର । ତେଣୁ ସୁରକ୍ଷା ଦୃଷ୍ଟିରୁ ଭାରତ, ଶ୍ରୀଲଙ୍କା ପାଇଁ ପ୍ରାଥମିକତା ବୋଲି ରାଷ୍ଟ୍ରପତି ସ୍ପଷ୍ଟ ଭାବେ କହିସାରିଛନ୍ତି। କିନ୍ତୁ ଅର୍ଥନୈତିତ ସମୃଦ୍ଧି ପାଇଁ ଅଞ୍ଚଳର ଅନ୍ୟ ଦେଶ ସହ ସମ୍ପର୍କ ରଖିବାକୁ ପଡିବ ବୋଲି ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କଲମ୍ବୋଜେ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ନିରପେକ୍ଷ ବୈଦେଶିକ ନୀତି ବଜାୟ ରଖି ଶ୍ରୀଲଙ୍କା ଭାରତର ରଣନୀତିକ ସ୍ୱାର୍ଥ ବି ରକ୍ଷା କରିବ ।

ଇଟିଭି ଭାରତ ସହ ଆଲୋଚନାରେ ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ଥିଙ୍କଟ୍ୟାଙ୍କ ଓ ଚେନ୍ନାଇ ଇନିଟିଏଟିଭ ମୁଖ୍ୟ ଏନ.ସତ୍ୟମୂର୍ତ୍ତି କହିଛନ୍ତି ଯେ, ଶ୍ରୀଲଙ୍କା ବୈଦେଶିକ ସଚିବ କଲମ୍ବୋଜେଙ୍କ ବିବୃତିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ନୂଆ କଥା ହେଲା ଯେ, ବିବୃତି ଟିକେ ବିସ୍ତୃତ ହୋଇଛି । ସତ୍ୟମୂର୍ତ୍ତିଙ୍କ ଅନୁସାରେ ଶ୍ରୀଲଙ୍କା ନିଜର ଇଣ୍ଡିଆ ଫାଷ୍ଟ ନୀତି ଦୋହରାଇଛି । କିନ୍ତୁ ବୈଦେଶିକ ସଚିବଙ୍କ ବିବୃତି ଟିକେ ବିସ୍ତୃତ ଓ ପ୍ରାଞ୍ଜଳ ରହିଛି । ଶ୍ରୀଲଙ୍କା ଓ ଭାରତ ମହାସାଗରୀୟ ଅଞ୍ଚଳର ଅନ୍ୟତମ ଦେଶ ମାଲଡିଭିସ ଇଣ୍ଡିଆ ଫାଷ୍ଟ ବୈଦେଶିକ ନୀତି ଆପଣାଉଛନ୍ତି । ସୁରକ୍ଷାଗତ କାରଣରୁ ସେମାନେ ଏହି ନୀତି ଆପଣାଉଥିବା ସତ୍ୟମୂର୍ତ୍ତି ଇଟିଭି ଭାରତକୁ କହିଛନ୍ତି । ବ୍ୟକ୍ତିଗତ ଭାବେ ଏହି ଦୁଇ ଦ୍ୱୀପ ଦେଶ ବାହ୍ୟ ସୁରକ୍ଷା ହ୍ୟାଣ୍ଡଲ କରିପାରିବେ ନାହିଁ ବୋଲି ଭଲ ଭାବେ ଜାଣନ୍ତି । ଦୁଇ ଦେଶର ସାମୁଦ୍ରିକ ସୁରକ୍ଷା ଭାରତ ସହ ଜଡିତ ବୋଲି ସେମାନେ ଜାଣନ୍ତି ବୋଲି ସତ୍ୟମୂର୍ତ୍ତି ଦର୍ଶାଇଛନ୍ତି । ସତ୍ୟମୂର୍ତ୍ତି କହିଛନ୍ତି ଯେ, ଶ୍ରୀଲଙ୍କାର ବୈଦେଶିକ ସଚିବ କଲମ୍ବୋଜେ ହେଉଛନ୍ତି ଜଣେ ଅବସରପ୍ରାପ୍ତ ନୌସେନା ଆଡମିରାଲ । ଶ୍ରୀଲଙ୍କାର ବୈଦେଶିକ ସଚିବ ଭାବେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ପ୍ରତିରକ୍ଷା ବ୍ୟକ୍ତି । ତେଣୁ ତାଙ୍କ ପାଇଁ ସୁରକ୍ଷା ଚିନ୍ତା ସର୍ବଦା ପ୍ରାଥମିକତା ରହିବ ।

ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କଲମ୍ବୋଜେ କହିଥିଲେ ଯେ, ଶ୍ରୀଲଙ୍କାର ହମବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନକୁ ଲିଜରେ ଦେବା ଭୁଲ ହୋଇଛି । ଏହି ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଥିବା ସେ କହିଥିଲେ । ୨୦୧୦ ନଭେମ୍ବରରେ ଏହି ବନ୍ଦରର ପ୍ରଥମ ପର୍ଯ୍ୟାୟ କାମ ସରିଥିଲା । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ବ୍ୟୟ ଅଟକଳ ଥିଲା ୩୬୧ ମିଲିଅନ ଡଲାର । ଏହାର ୮୫ ପ୍ରତିଶତ ଖର୍ଚ୍ଚ ଚୀନର ଏକ୍ସିମ ବ୍ୟାଙ୍କ ବହନ କରୁଛି ।

ହେଲେ ୨୦୨୬ରେ ବନ୍ଦର ୧୧ ଦଶମିକ ୮୧ ଆମେରିକୀୟ ଡଲାରର ରାଜସ୍ୱ ହାସଲ କରିଥିଲା । କିନ୍ତୁ ପ୍ରତ୍ୟକ୍ଷ ଓ ପ୍ରାଶାସନିକ ଖର୍ଚ୍ଚ ୧୦ ମିଲିଅନ ଡଲାର ହୋଇଥିଲା । ଅପରେଟିଂ ପ୍ରଫିଟ ମାତ୍ର ୧ ଦଶମିକ ୮୧ ମିଲିଅନ ଡଲାର ରହିଥିଲା । ବନ୍ଦର ପ୍ରଭୁତ ଆର୍ଥିକ କ୍ଷତି ସହିଚାଲିଥିଲା ବେଳେ ଋଣ ପରିଶୋଧ କଷ୍ଟକର ହୋଇପଡିଲା । ୨୦୧୬ରେ ଡେବଟ ଫର ଇକ୍ୱିଟି ସ୍ୱାପ ଅନୁସାରେ ବନ୍ଦରର ୮୦ ପ୍ରତିଶତ ଲିଜ ଚାଇନା ମର୍ଚ୍ଚାଣ୍ଟସ ପୋର୍ଟସ ହୋଲଡିଂ କମ୍ପାନିକୁ ଦିଆଯିବା ପାଇଁ ପ୍ରସ୍ତାବ ଆସିଥିଲା । ସଂପୃକ୍ତ ଚୀନ କମ୍ପାନୀ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ଅନୁସାରେ ୧ ଦଶମିକ ୧୨ ବିଲିଅନ ଡଲାର ପୁଞ୍ଜି ବିନିଯୋଗ କରିବା ପାଇଁ ସ୍ଥିର ହୋଇଥିଲା । ପରେ ୨୦୧୭ ଜୁଲାଇରେ ଶ୍ରୀଲଙ୍କା ପୋର୍ଟସ ଅଥୋରିଟି ( ଏସଏଲପିଏ ) ଓ ଚାଇନା ମର୍ଚ୍ଚାଣ୍ଟ ପୋର୍ଟ ହୋଲଡିଙ୍ଗସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁସାରେ ୯୯ ବର୍ଷ ପାଇଁ ଚାଇନା ମର୍ଚ୍ଚାଣ୍ଟ ପୋର୍ଟ ହୋଲଡିଙ୍ଗସକୁ ୯୯ ବର୍ଷ ପାଇଁ ହାମବନଟୋଟୋ ବନ୍ଦର ଲିଜରେ ଦିଆଗଲା । ଚୁକ୍ତି ଅନୁସାରେ ଶ୍ରୀଲଙ୍କା ସରକାରଙ୍କ ପାଖରେ ବନ୍ଦରର ମାଲିକାନା ଅଧିକାର ରହି ୯୯ ବର୍ଷ ପାଇଁ ଲିଜ ଦିଆଗଲା । ଏହି ଚୁକ୍ତି ଫଳରେ ଶ୍ରୀଲଙ୍କା ସରକାରଙ୍କୁ ୧ ଦଶମିକ ୪ ବିଲିଅନ ଡଲାର ମିଳିଥିଲା, ଯାହା କି ଚୀନକୁ ଋଣ ସୁଝିବାରେ ସହାୟକ ହୋଇଥିଲା । ହେଲେ ଶ୍ରୀଲଙ୍କାର ଏହି ପଦକ୍ଷେପ ତାର ଚୀନ ପ୍ରୀତିକୁ ଦର୍ଶାଉଥିବା ପର୍ଯ୍ୟବେକ୍ଷକମାନେ କହିଲେ । ଏହାଛଡା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରକଳ୍ପ ଦ୍ୱାରା କିଛି ଦେଶ ଋଣ ଯନ୍ତାରେ ପଡୁଥିବାରୁ ଚୀନକୁ ଆନ୍ତର୍ଜାତିକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି ।

ଭାରତ-ଶ୍ରୀଲଙ୍କା ବ୍ୟାପାର ବିଶେଷଜ୍ଞ ସତ୍ୟମୂର୍ତ୍ତିଙ୍କ ଅନୁସାରେ ଶ୍ରୀଲଙ୍କା କେବେ ବି ଚୀନ ପ୍ରତି ଢଳିନାହିଁ , ଯାହା କି ଅନ୍ୟମାନେ କହୁଛନ୍ତି । ବନ୍ଦର ପ୍ରକଳ୍ପ ପ୍ରଥମେ ଭାରତକୁ ଦେବା ପାଇଁ ପ୍ରସ୍ତାବ ଦେଇଥିଲା ଶ୍ରୀଲଙ୍କା । କିନ୍ତୁ ଏକ ଅନୁନ୍ନତ ଧୀବର ଗାଁରେ ଏଭଳି ଏକ ବନ୍ଦର ପ୍ରକଳ୍ପ ବ୍ୟୟବହୁଳ ହେବ ବୋଲି ଏଥିରେ ଭାରତ ଆଗ୍ରହ ଦେଖାଇଲା ନାହିଁ । ଭାରତର ଅନିଚ୍ଛା ପରେ ଚୀନର ପ୍ରବେଶ ହୋଇଥିଲା । ଆଉ ଚୀନ ସୁଧଖୋର ଭାବେ ଏହି ପ୍ରକଳ୍ପରେ ହାତ ଦେଇଥିଲା ବୋଲି ସତ୍ୟମୂର୍ତ୍ତି କହନ୍ତି । ତାଙ୍କ ଅନୁସାରେ ଶ୍ରୀଲଙ୍କାରେ ଚୀନର ପୁଞ୍ଜି ବିନିଯୋଗ ନେଇ ଭାରତର କୌଣସି ଆପତ୍ତି ନାହିଁ । ନୂଆଦିଲ୍ଲୀ କେବଳ ନିଜର ସୁରକ୍ଷା ସ୍ୱାର୍ଥକୁ ପ୍ରାଥମିକତା ଦେଉଛି । ଭାରତର ସ୍ୱାର୍ଥ ବିରୋଧରେ ଶ୍ରୀଲଙ୍କା କାମ କରିବା ନାହିଁ ବୋଲି ରାଷ୍ଟ୍ରପତି ଗୋତବାୟା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିବା ସତ୍ୟମୂର୍ତ୍ତି କହିଛନ୍ତି । ଭାରତ ଏବେ ବି ଶ୍ରୀଲଙ୍କା ପାଇଁ ଏକ ପ୍ରମୁଖ ସହାୟକ ରାଷ୍ଟ୍ର । ଆଉ ନୂଆଦିଲ୍ଲୀର ‘ପଡୋଶୀ ପ୍ରଥମ’ ନୀତି ଅନୁସାରେ ଦୁଇ ଦେଶର ସମ୍ପପର୍କରେ ଘନିଷ୍ଠତା ବଜାୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.