ପାଟନା: ଚାଲିଛି ନବରାତ୍ରୀ । ହାତ ଗଣତି କେତୋଟି ଦିନ ପରେ ଅନୁଷ୍ଠିତ ହେବ ଶାରଦୀୟ ଦୁର୍ଗାପୂଜା । ଏହି ସମୟରେ ଶ୍ମଶାନ କାଳୀ ଭାବେ ଭାବେ ପରିଚିତ ହେଉଥିବା ମା ସିଦ୍ଧେଶ୍ବରୀ କାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ନବରାତ୍ରର ଅଷ୍ଟମ ଓ ନବମ ଦିବସରେ ଏହି ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ସେପଟେ ପ୍ରବଳ ବର୍ଷା କାରଣରୁ ଦେଶର ଅଧିକାଂଶ ସ୍ଥାନରେ ଏହି ନବରାତ୍ରୀ ଫିକା ପଡ଼ିଛି । ବିହାରରେ ପ୍ରବଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଫିକା ପଡ଼ିଛି ଏହି ପର୍ବ । ମନ୍ଦିର ଓ ଶକ୍ତିପୀଠ ଗୁଡ଼ିକୁ ହାତ ଗଣତି ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି ।
![patna](https://etvbharatimages.akamaized.net/etvbharat/prod-images/4610369_smasanakali.jpg)
ତେବେ ନବରାତ୍ରୀ ସମୟରେ ଏହି ସିଦ୍ଧେଶ୍ବରୀ ଠାକୁରାଣୀଙ୍କର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ଏହି ଠାକୁରାଣୀଙ୍କ ମନ୍ଦିର ଶ୍ମଶାନରେ ଥିବାରୁ ଏହାକୁ ଶ୍ମଶାନ କାଳୀ ମଧ୍ୟ କୁହାଯାଇଥାଏ । ଶୁଣିବାକୁ ମିଳିଥାଏ ଯେ, ଏହି ମନ୍ଦିର ଶ୍ମଶାନରେ ମଣିଷ କଙ୍କାଳ ଉପରେ ନିର୍ମାଣ କରାଯାଇଛି । ଏହି ମନ୍ଦିର ପାଖାପାଖି 250 ରୁ 300 ବର୍ଷ ପୁରୁଣା । ଏହି ମନ୍ଦିର ନିର୍ମାଣ ପୂର୍ବରୁ ଏଠାରେ ଶ୍ମଶାନ ରହିଥିଲା । ଏଠାରେ ମୃତଦେହ ଗୁଡ଼ିକର ଶବ ସତ୍କାର କରାଯାଉଥିଲା ।
![patna](https://etvbharatimages.akamaized.net/etvbharat/prod-images/4610369_smasana.jpg)
ମା' କାଳୀଙ୍କର ସ୍ବପ୍ନାଦେଶ ପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳେ । ମନ୍ଦିର ନିର୍ମାଣ ହେବା ପରେ କିଛି ଅଘୋରି ମଧ୍ୟ ଏଠାକୁ ଆସି ମେଳା ମହୋତ୍ସବରେ ସାମିଲ ହେଉଥିଲେ । ଆଜି ବି ମଧ୍ୟ କିଛି ଅଘୋରି ଅଷ୍ଟମୀ ଓ ନବମୀ ତିଥିରେ ଆସୁଥିବା ଦେଖିବାକୁ ମିଳେ । ନବରାତ୍ରର ଅନ୍ତିମ ପର୍ଯ୍ୟାୟ ତଥା ନବମୀ ତିଥିରେ କିଛି ଅଘୋରି ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।
ବିଶ୍ବାସ ରହିଛି ଯେ, ଏହି ମନ୍ଦିରର ଠାକୁରାଣୀଙ୍କ ମୂର୍ତ୍ତି ତଳେ ଅନେକ ମାନବ କଙ୍କାଳ ରହିଛି । ଏପରିକି ଏହି ମନ୍ଦିରରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫଳରେ ଏହାର ନାମ ଦୁଜରା ମଧ୍ୟ ରଖାଯାଇଥିବା ଜଣାପଡ଼ିଛି । ତେବେ ସେ ଯାହା ହେଉନା କାହିଁକି, ନବରାତ୍ର ସମୟ ବ୍ୟତୀତ ମଙ୍ଗଳବାର ଏବଂ ଶନିବାର ଏହି ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଥାଏ ।