ETV Bharat / bharat

ସବୁ ରାଜ୍ୟରେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ଦ୍ଦେଶ

ଧୀରେ ଧୀରେ ଦେଶର କାୟା ବିସ୍ତାର କରୁଛି କୋରୋନା । ଏହାର ମୁକାବିଲା କରିବାକୁ ଯାଇସବୁ ରାଜ୍ୟରେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

author img

By

Published : Mar 29, 2020, 9:35 PM IST

ସବୁ ରାଜ୍ୟରେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ଦ୍ଦେଶ
ସବୁ ରାଜ୍ୟରେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୁଦ୍ଧକାଳିନୀ ଭିତରେ ଚାଲିଛି କୋରୋନା ସହ ଲଢେଇ । ଏହା ଭିତରେ ଦେଶରେ ଧୀରେ ଧୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଖୁବ ତ୍ରୀବ ଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ନଜରରେ ରଖି ପ୍ରତି ରାଜ୍ୟରେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏହା ସହ ବିଦେଶରୁ ଚିକିତ୍ସା ଉପକରଣ ମଗାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋରୋନା ସହ ଲଢେଇ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଭାରତୀୟ ରେଳୱେ ପକ୍ଷରୁ ଗତ 5 ଦିନରେ ଭିତରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଣାଯାଇଛି।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ, କୋରୋନା ସହ ଲଢେଇ କରିବାକୁ 10ଟି ସ୍ପେଶାଲ ଟିମ କରାଯାଇଛି । ଆଉ ଏଥିପାଇଁ ସେମାନେ 24 ଘଣ୍ଟାର ନିରୀକ୍ଷଣ ମଧ୍ୟ କରୁଛନ୍ତି । ଏହା ସହ ସମସ୍ତ ରାଜ୍ୟରେ କୋରୋନା ରୋଗୀଙ୍କ ଶର୍ଯ୍ୟା ସଂଖ୍ୟାକୁ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ । ବିଦେଶୀରୁ ଭେଣ୍ଟିଲେଟର ଓ ମାସ୍କ ମଗାଯିବା ସହ ଏବେ ଏହା ଭାରତରେ ତିଆରି କରାଯାଉଥିବା ମଧ୍ୟ ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.