ଲକ୍ଷ୍ନୌ: କଡାସୁରକ୍ଷା ଭିତରେ କୋର୍ଟରେ ହାଜର ହେବା ଲାଗି ଗଲେ ସପା ନେତା ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ । ରାମପୁର କୋର୍ଟରେ ହାଜର ହେବା ଲାଗି ଆଜି(ମଙ୍ଗଳବାର) ଦୁହିଁଙ୍କୁ ସୀତାପୁର ବିଚାର ବିଭାଗୀୟ ହାଜତରୁ କଡା ସୁରକ୍ଷାରେ ନିଆଯାଇଛି । ସକାଳ ପାଖାପାଖି 8.30ରେ ଦୁହିଁଙ୍କୁ ନିଆଯାଇଛି ।
ପୂର୍ବରୁ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତରେ ଭର୍ତ୍ତି କରିବା ପାଇଁ କହିବାରୁ ଦୁହିଁଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ତାଙ୍କୁ ଟାର୍ଗେଟ କରାଯାଇ ବିଜେପି ସରକାର ଏପରି କରୁଥିବାର ଅଭିଯୋଗ ଆଣିଛନ୍ତି ଆଜମ ଖାନଙ୍କର ଜଣେ ସମ୍ପର୍କୀୟ । ଏଥି ସହିତ ଆଜମ, ସମାଜବାଦୀ ପାର୍ଟି ଉପରେ ଏନେଇ ନିରାଶ ଥିବା ମଧ୍ୟ ସେ କହିଛନ୍ତି ।
ସୂଚନାଥାଉକି, ନକଲି ସାର୍ଟିଫିକେଟ ମାମଲାରେ ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ