ETV Bharat / bharat

ପ୍ରଣବ ଦା' ଙ୍କ ସ୍ମୃତିର ପୁସ୍ତକ: କଂଗ୍ରେସ ପରାଜୟ ପାଇଁ ସୋନିଆ ଦାୟୀ

author img

By

Published : Dec 12, 2020, 8:35 PM IST

ପୂର୍ବତନ ରାଷ୍ଟ୍ରପତି କଂଗ୍ରେସ ନେତା ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟାଲ ଇୟର'ର ଦ୍ବିତୀୟ ଭାଗରେ ଚାଞ୍ଚଲ୍ୟକର ଖୁଲାସା । ଅଧିକ ପଢନ୍ତୁ...

Sonia, Manmohan to blame for 2014 poll massive defeat: Pranab Mukherjee in memories
ପ୍ରଣବ ଦା' ଙ୍କ ସ୍ମୃତିର ପୁସ୍ତକ: କଂଗ୍ରେସ ପରାଜୟ ପାଇଁ ସୋନିଆ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି କଂଗ୍ରେସ ନେତା ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟାଲ ଇୟର'ର ଦ୍ବିତୀୟ ଭାଗରେ ଚାଞ୍ଚଲ୍ୟକର ଖୁଲାସା । 2014 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ୟୁପିଏର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ ବୋଲି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

"ଦଳୀୟ କନ୍ଦଳକୁ ମୁକାବିଲା କରିବାରେ ସୋନିଆ ସଫଳ ହୋଇନଥିଲେ । ସଂସଦରେ ଡକ୍ଟର ମନମୋହନ ସିଂହଙ୍କ ଅନୁପସ୍ଥିତି ଅନ୍ୟ ସାଂସଦଙ୍କ ଠାରୁ ବ୍ୟକ୍ତିଗତ ଭାବେ ସଂପର୍କକୁ କମ କରିଥିଲା । ମେଣ୍ଟକୁ ରକ୍ଷା କରିବାରେ ମନମୋହନଙ୍କ ଅଧିକାଂଶ ସମୟ ଚାଲିଗଲା । ଯାହାଦ୍ବାରା ଏକ ପ୍ରଶାସନିକ ଅନ୍ତର ସୃଷ୍ଟି ହେଲା । ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ପ୍ରଶାସନିକ ବ୍ୟବସ୍ଥା ସମସ୍ତ ରାଜ୍ୟ ସମେତ ଦେଶରେ ପ୍ରତିଫଳନ ହୁଏ ।"

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମଧ୍ୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । "ମୋଦି ପ୍ରଥମ ପାଳିରେ ଅଧିନାୟକବାଦୀ ଶାସନଶୈଳୀ ଯୋଗୁଁ ସରକାରରେ ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ତିକ୍ତତା ଦେଖାଯାଇଥିଲା । ତେବେ ଦ୍ବିତୀୟ ପାଳିରେ ସେହି ସମସ୍ତ ଦିଗ ପ୍ରତି ଉତ୍ତମ ବୁଝାମଣା ପରେ ଏହା କଣ ହେବ ସମୟ କହିବ ।"

ଏପରି କିଛି ଲେଖି କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ବର୍ଷ 2004ରେ ଡକ୍ଟର ମନମୋହନ ସିଂହଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ ବୋଲି ଇଙ୍ଗିତ କରିଛନ୍ତି । ଏହି ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ, ନେତୃତ୍ବ ସଂକଟ ଦେଇ ଗତି କରୁଥିବା ସର୍ବପୁରାତନ ଦଳ କଂଗ୍ରେସ ଶିବିରରେ କମ୍ପନ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.