ETV Bharat / bharat

ଶହୀଦ ସମ୍ମାନ ପାଇବେ କୋରୋନା ଡ୍ୟୁଟିରେ ମୃତ ଯବାନ, ପରିବାରକୁ ମିଳିବ 15 ଲକ୍ଷ

author img

By

Published : Jul 21, 2020, 1:57 PM IST

କୋଭିଡ-19 ଡ୍ୟୁଟିରେ ଥିବାବେଳେ ଯବାନଙ୍କ ମୃତ୍ୟୁ ହେଲେ ତାଙ୍କୁ ଶହୀଦ ଘୋଷଣା କରାଯିବ। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବାହିନୀ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ମୂଳ ଅନୁମୋଦନ ଦେଇଛି ବୋଲି ଜଣାପଡିଛି ।

Breaking News

ନୂଆଦିଲ୍ଲୀ: କୋଭିଡ-19 ଡ୍ୟୁଟିରେ ଥିବାବେଳେ ଯବାନଙ୍କ ମୃତ୍ୟୁ ହେଲେ ତାଙ୍କୁ ଶହୀଦ ଘୋଷଣା କରାଯିବ। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବାହିନୀ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ମୂଳ ଅନୁମୋଦନ ଦେଇଛି ବୋଲି ଜଣାପଡିଛି । କୋରୋନା ଭାଇରସ ରୋଗ ବିରୋଧି ଲଢେଇରେ ଆଗରେ ଥିବାବେଳେ ଯବାନଙ୍କ ପରିବାରକୁ 15 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି।

ଏକ୍ଷେତ୍ରରେ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଯବାନଙ୍କ ପରିବାର ସଦସ୍ୟଙ୍କ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ମଧ୍ୟ ତାଲିକାଭୁକ୍ତ କରାଯିବ । ଏହା ଦ୍ବାରା ଆର୍ଥିକ ସହାୟତା ସିଧାସଳଖ ଦିଆଯାଇପାରିବ। ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ‘ଭାରତ କେ ବୀର’ କର୍ପସରୁ ଦିଆଯିବ। ଏହା ଗୃହ ମନ୍ତ୍ରଣାଳୟ ଦ୍ବାରା 2017 ରେ ଆରମ୍ଭ ହୋଇଥିଲା। ଏହି ପାଣ୍ଠିରେ ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସରକାର ଏକ ୱେବ୍ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ଶହୀଦ ହୋଇଥିବା ଯବାନଙ୍କ ବିଷୟରେ ସୂଚନା ରହିଛି।

2017 ରେ ସ୍ଥାପିତ ହେବାବେଳେ ‘ଭାରତ କେ ବୀର’ ପାଣ୍ଠିର 6.40 କୋଟି ଟଙ୍କା ରହିଥିଲା। 2018 ରେ ଏହି ପରିମାଣ 19.43 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। 2019 ରେ ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶ ଯବାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲା ଏହି ପାଣ୍ଠି। ଏହି ପାଣ୍ଠି ଏବେ ବୃଦ୍ଧି ପାଇ 250 କୋଟିରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.