ETV Bharat / bharat

ତାମିଲନାଡୁ ମନ୍ତ୍ରୀଙ୍କ ସଭାରେ ସାମାଜିକ ଦୂରତ୍ବ ଫୁ - ତାମିଲନାଡୁ ପରିବହନ ମନ୍ତ୍ରୀ

ତାମିଲନାଡୁ ମନ୍ତ୍ରୀଙ୍କ ଉତ୍ସବରେ ପ୍ରାୟ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରାୟ ସମସ୍ତେ ମାସ୍କ ପିନ୍ଧିଥିଲେ । ହେଲେ କେହି ଜଣେ ବି ସାମାଜିକ ଦୂରତ୍ବ ନିୟମ ମାନିନଥିଲେ । ଅଧିକ ପଢନ୍ତୁ...

ତାମିଲନାଡୁ ମନ୍ତ୍ରୀଙ୍କ ସଭାରେ ସାମାଜିକ ଦୂରତ୍ବ ଫୁ

author img

By

Published : Jun 17, 2020, 3:01 AM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ସଙ୍କଟ ତୀବ୍ର ରୂପ ନେଇଛି । ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ଏଠାରେ ଦେଶର ତୃତୀୟ ସର୍ବାଧିକ କୋଭିଡ 19 ଆକ୍ରାନ୍ତ ବାହାରିଛନ୍ତି । ତଥାପି ଏଠାରେ ଶାସକ ଦଳର ମନ୍ତ୍ରୀ ସାମାଜିକ ଦୂରତ୍ବ ନିୟମକୁ ଫୁ କରିଦେଇଥିବା ନଜର ଆସିଛି ।

ମଙ୍ଗଳବାର ତାମିଲନାଡୁର ପରିବହନ ମନ୍ତ୍ରୀ ଏମଆର ବିଜୟଭାସ୍କର ଭଲାସାରାଭକ୍କମ କର୍ପୋରେସନର ଜୋନାଲ ଅଫିସ ପରିଦର୍ଶନରେ ଯାଇଥିଲେ । ସେଠାରେ ସରକାରଙ୍କ ଦ୍ବାରା ପରିଚାଳିତ ଆମ୍ମା କ୍ୟାଣ୍ଟିନର କର୍ମଚାରୀଙ୍କୁ ଚାଉଳ ଓ ପୋଷାକ ବାଣ୍ଟିଥିଲେ । ତେବେ ଏହି ସମୟରେ ସାମାଜିକ ନିୟମର ଉପହାସ କରାଯାଇଥିବା ଦେଖାଯାଇଥିଲା ।

ଉତ୍ସବରେ ପ୍ରାୟ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରାୟ ସମସ୍ତେ ମାସ୍କ ପିନ୍ଧିଥିଲେ । ହେଲେ କେହି ଜଣେ ବି ସାମାଜିକ ଦୂରତ୍ବ ନିୟମ ମାନିନଥିଲେ । ଏକାଠି ଛିଡା ହେବା ସହ ଚାଉଳ ଓ ପୋଷାକ ନେବାକୁ ଭିଡ ଲାଗି ରହିଥିଲା । କିଏ ମନ୍ତ୍ରୀଙ୍କ ହାତରୁ ଆଗ ନେବ ସେଥିପାଇଁ ପରସ୍ପର ମଧ୍ୟରେ ଠେଲାପେଲା କରିଥିଲେ କର୍ମଚାରୀ । ମନ୍ତ୍ରୀ ମଧ୍ୟ ଏହି ଦୃଶ୍ୟ ଦେଖିଥିଲେ ବି କିଛି ନିର୍ଦ୍ଦେଶ ଦେଇନଥିଲେ । ଯାହାକୁ ନେଇ ସୋସିଆସ ମିଡିଆରେ ମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଛି ।

ପ୍ରକାଶ ଥାଉ କି ତାମିଲନାଡୁରେ ମଙ୍ଗଳବାର 1515 ନୂଆ ମାମଲା ଏବଂ 49 ମୃତ୍ୟୁ ସଂଖ୍ୟା ରିପୋର୍ଟ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ 48 ହଜାର 19 ଆକ୍ରାନ୍ତ ଏବଂ 528 ମୃତ୍ୟୁ ରେକର୍ଡ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.