ଡେରାଡୁନ: ଏବେ ଆମେରିକା ଏବଂ ୟୁରୋପ ଭଳି ଦେଶରେ ହେଉଥିବା ସ୍ନୋ ସୋଇଙ୍ଗ ମଜା ଏବେ ଭାରତରେ ମଧ୍ୟ ନେଇପାରିବେ। କାରଣ ଭାରତରେ ପ୍ରଥମ ଥର ଆରମ୍ଭ ହୋଇଛି 'ସ୍ନୋ ସୋଇଙ୍ଗ ଗେମ୍ସ'। ବରଫର ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ଥିବା ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଔଲିରେ ଏହି ଖେଳ ଆରମ୍ଭ ହୋଇଯାଇଛି। ଦେଶର ଅନ୍ୟତମ ଶୈଳନିବାସ ଭାବେ ଏହି ସ୍ଥାନ ଜଣାଶୁଣା।
ଏଠାକୁ ଆସୁଥିବା ପର୍ଯ୍ୟଟକ କିମ୍ବା ବରଫ ଆଚ୍ଛାଦିତ ପାହାଡରେ ସ୍ନୋ ସୋଇଙ୍ଗ କରିବାକୁ ପସନ୍ଦ କରୁଥିବା ଲୋକ ଏହି ଖେଳର ଭରପୁର ମଜା ଉଠାଇ ପାରିବେ। ଔଲିର 5ଫୁଟ ଉଚ୍ଚର ବରଫରେ ଏହାକୁ ଆରମ୍ଭ କରାଯାଇଛି। ଯାହାର ଶୁଭାରମ୍ଭ କରିଛନ୍ତି ଜୋଶିମାତର ଉପଜିଲ୍ଲାପାଳ ଅନିଲ ଚନ୍ୟାଲ।
![Snowshoeing game](https://etvbharatimages.akamaized.net/etvbharat/prod-images/5459701_po.jpg)
ଏହି 'ସ୍ନୋ ସୋଇଙ୍ଗ ଗେମ୍ସ' ଆରମ୍ଭ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇଦେବା ସହ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ। ଏହି ଖେଳରେ ସାଧାରଣତଃ ଲୋକଙ୍କୁ ବରଫରେ ଚାଲିବାକୁ ପଡେ। ଏହାସହ ଏକ ସ୍ବତନ୍ତ୍ର ଗ୍ୟାଜେଟ ପିନ୍ଧି ଆପଣଙ୍କୁ ବରଫରେ ଚାଲିବା ସହ ଦୌଡିବାକୁ ହୋଇଥାଏ। ଔଲିରେ ଏହାର ଆରମ୍ଭ ହେବା ପରେ ଏହାକୁ ଘରୋଇ କ୍ଷେତ୍ରରେ ମଧ୍ୟ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି।