ETV Bharat / bharat

ଭାରତରେ ସ୍ନାପଚାଟ ନୂଆ ପଦକ୍ଷେପ, ଲଞ୍ଚ କଲା ‘ଲେନ୍ସାଥୋନ’

ଫଟୋ ମେସେଜିଂ ଆପ୍‌ ସ୍ନାପଚାଟ କମ୍ୟୁନିଟି ବେସଯୁକ୍ତ ସ୍କିଲେଞ୍ଜା ସହ ହାତ ମିଳାଇଛି । ଶୁକ୍ରବାର ଏନେଇ ସ୍ନାପଚାଟ ଘୋଷଣା କରିଥିବା ବେଳେ ଏହି ଚୁକ୍ତି ଦ୍ବାରା ଭାରତରେ ପ୍ରଥମ ଥର ପାଇଁ ଆସିବାକୁ ଯାଉଛି ଲେନ୍ସାଥୋନ ।

author img

By

Published : May 23, 2020, 6:39 AM IST

snapchat, lensathon, technology news, new step by snapchat, ସ୍ନାପଚାଟ, ସ୍ନାପଚାଟର ନୂଆ ପଦକ୍ଷେପ, ଲେନ୍ସାଥୋନ, ଟେକ୍ନୋଲୋଜି ନ୍ୟୁଜ୍‌
ଭାରତରେ ସ୍ନାପଚାଟ ନୂଆ ପଦକ୍ଷେପ, ଲଞ୍ଚ କଲା ‘ଲେନ୍ସାଥୋନ’

ନୂଆଦିଲ୍ଲୀ: ଫଟୋ ମେସେଜିଂ ଆପ୍‌ ସ୍ନାପଚାଟ କମ୍ୟୁନିଟି ବେସଯୁକ୍ତ ସ୍କିଲେଞ୍ଜା ସହ ହାତ ମିଳାଇଛି । ଶୁକ୍ରବାର ଏନେଇ ସ୍ନାପଚାଟ ଘୋଷଣା କରିଥିବା ବେଳେ ଏହି ଚୁକ୍ତି ଦ୍ବାରା ଭାରତରେ ପ୍ରଥମ ଥର ପାଇଁ ଆସିବାକୁ ଯାଉଛି ଲେନ୍ସାଥୋନ । ଏହା ଏକ ଜାତୀୟ ହ୍ୟାକାଥୋନ । ଯେଉଁଥିରେ ଦେଶର କୋଣ ଅନୁକୋଣରୁ ଲୋକେ ଅଂଶଗ୍ରହଣ କରି ଲେନ୍ସ ଷ୍ଟୁଡିଓର ବ୍ୟବହାରରେ ଅଗୁମେଣ୍ଟେଡ ରିଆଲିଟି (ଏଆର) କରିବେ ।

ଲେନ୍ସ ଷ୍ଟୁଡିଓ ଏକ ଫ୍ରି ଡେସ୍କଟପ ଆପ୍‌ । ଏହାକୁ 2017 ମସିହାରେ ସ୍ନାପଚାଟ ଲଞ୍ଚ କରିଥିବା ବେଳେ ଏହା ଡିଜିଟାଲ ସ୍କିଲ ଓ ଲେନ୍ସେସ ପ୍ରସ୍ତୁତ କରିବା ପାଇଁ ଟୁଲ ଓ ଟେମ୍ପ୍ଲେଟର ବ୍ୟବହାର କରିବାର ସୁଯୋଗ ଦେଇଥାଏ । ଏହାକୁ ପରେ ୟୁଜର୍ସ ସ୍ନାପଚାଟରେ ଶେୟାର ମଧ୍ୟ କରିପାରିବାର ସୁବିଧା ରହିଛି । ଏହା ଲଞ୍ଚ ହେବା ପରଠାରୁ ବିଶ୍ବବ୍ୟାପୀ କମ୍ୟୁନିଟି ଦ୍ବାରା 9ଲକ୍ଷ ଲେନ୍ସ ପ୍ରସ୍ତୁତ କରାଯାଇଛି ।

ଏହି ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡିବା ପାଇଁ ଲେନ୍ସାଥୋନ ଏକ ମାଧ୍ୟମ । ଏଥିସହ ଏହା ସ୍ନାପଚାଟରେ ଥିବା ସୁବିଧାର ବ୍ୟବହାର ପାଇଁ ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ । ଗତ କିଛି ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍କୁଲ ଓ କଲେଜରେ ଏନେଇ ଲେନ୍ସ ଷ୍ଟୁଡିଓ ବ୍ୟବହାରରେ ଡିଜିଟାଲ ସ୍କିଲର ଶିକ୍ଷା ପ୍ରଦାନ ପାଇଁ କର୍ମଶାଳାର ଆୟୋଜନ ହୋଇସାରିଛି । ଏ ଦିଗରେ ଲେନ୍ସାଥୋନ ଏକ ବଡ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଷ୍ଟ୍ରେଟେର୍ଜି ଓ ବିଜିନେସ ଡେଭେଲପମେଣ୍ଟ ମୁଖ୍ୟ ଜୁହି ଭଟନାଗର ।

ଏହି ପ୍ରତିଯୋଗିତାରେ ଭାଗ ନେଇ ଲୋକେ ଏକାଧିକ ଲେନ୍ସ ପ୍ରସ୍ତୁତ କରିପାରିବେ । ସେପଟେ ଏଠାରେ ଅଂଶଗ୍ରହଣକାରୀମାନେ ୱେବିନାରରେ ମଧ୍ୟ ଯୋଗ ଦେଇ ଲେନ୍ସ ପ୍ରସ୍ତୁତି ଉପରେ ଜ୍ଞାନ ଆହରଣ କରିପାରିବେ । ଏହି ପ୍ରତିଯୋଗିତାରେ ସବୁଠାରୁ ଶ୍ରେଷ୍ଠ ପ୍ରତିପାଦନ ହେବାକୁ ଥିବା ଲେନ୍ସକୁ ଭବିଷ୍ୟତରେ ଅଫିସିଆଲ ଲେନ୍ସ କ୍ରିଏଟର ପ୍ରୋଗ୍ରାମରେ ଭାଗ ନେବାର ସୁଯୋଗ ମିଳିବ ବୋଲି ଜୁହି ସ୍ପଷ୍ଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.