ETV Bharat / bharat

କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ - କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବୁଧବାର ଟ୍ବିଟ କରି ସୂଚନା ଦେଇଛନ୍ତି ସ୍ମୃତି । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

author img

By

Published : Oct 28, 2020, 8:01 PM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବୁଧବାର ଟ୍ବିଟ କରି ସୂଚନା ଦେଇଛନ୍ତି ସ୍ମୃତି ।

କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରି ଲେଖିଛନ୍ତି, କେବେ କେବେ ଏପରି ହୁଏ ଯେ ମୋତେ କିଛି ଘୋଷଣା କରିବା ପାଇଁ ଶବ୍ଦ ଖୋଜିବାକୁ ପଡେ । ଏନେଇ ମୁଁ ସାଧାରଣ ଭାବରେ କହୁଛି । ମୁଁ କୋରୋନାରେ ସଂକ୍ରମଣ ହୋଇଛି । ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କୁ କୋରୋନା ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ସ୍ମୃତି ।

ଏଭିଳି ସମୟରେ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେବେ ସେ ବିହାର ନିର୍ବାଚନ ପ୍ରଚାରରେ ଥିଲେ । ସ୍ମୃତି ମଙ୍ଗଳବାର ବିହାର ଗୋପାଳଗଞ୍ଜର ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ମହାମାରୀ କୋରୋନା ପଜିଟିଭ ଚିହ୍ନଟ ହେବାରେ ସ୍ମୃତି ଇରାନୀ ପ୍ରଥମ କେନ୍ଦ୍ରମନ୍ତ୍ରୀ ନୁହନ୍ତି । ଏହା ପୂର୍ବରୁ ଅନେକ କେନ୍ଦ୍ରମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । କୋରୋନା ପଜିଟିଭ ଚିହ୍ନଟ ହେବା ଲିଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିତିନ ଗଡକରୀ, କୃଷ୍ଣପାଲ ଗୁଜ୍ଜର, ଶ୍ରୀପଦ ନାୟକ, ଅର୍ଜୁନ ରାମ ମେଘୱାଲ ସଂକ୍ରମିତ ହୋଇଥିଲେ । ଅନ୍ୟପକ୍ଷେ କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗଡୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.