ହାଇଦ୍ରାବାଦ: ନବାରାତ୍ରୀ ଅବସରରେ ପୂଜା ପାଉଛନ୍ତି ଦେବି ଦୁର୍ଗାଙ୍କର 9ଟି ସ୍ବରୂପ । ଆଜି ଷଷ୍ଠ ଦିନରେ ପୂଜା ପାଉଛନ୍ତି ମା' କାତ୍ୟାୟନୀ। ମାତା କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, 2ଟି ହାତରେ କମଳ ଓ ଖଣ୍ଡା ଧରି ବସିଛନ୍ତି, ଆଉ ଅନ୍ୟ 2ଟି ହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ।
ମାତା କାତ୍ୟାୟନୀ ମହିଷାସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ପାପୀ, ଅସୁର, ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। କୁହାଯାଏ ମା' କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ।
ପୌରାଣିକ ମତରେ, ଯେଉଁ କନ୍ୟାର ବିବାହ ବିଳମ୍ବ ହେଉଛି ବିଧି ମୁତାବକ, ମାଆଙ୍କର ପୂଜା କଲେ ବାହାଘର ହୋଇଯାଏ। ତେବେ କତ ନାମକ ଜଣେ ପ୍ରସିଦ୍ଧ ଋଷି ଥିଲେ। ଏହି କାତ୍ୟ ଗୌତ୍ରରେ ବିଶ୍ବପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମଲାଭ କରିଥିଲେ। ଯେତବେଳେ ଅସୁର ମହିଷାସୁରର ଅତ୍ୟାଚାର ଦେବତା ଓ ଋଷି ମାନଙ୍କ ଉପରେ ବଢିଗଲା ତାର ବିନାଶ ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଜଣେ ଦେବୀଙ୍କୁ ଉତ୍ପନ୍ନ କରିଥିଲେ । ଆଉ କାତ୍ୟାୟନଙ୍କ ଆଶ୍ରମରେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ କାତ୍ୟାୟନୀ ।