କୋଲକାତା: ମେଦିନାପୁରରେ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ଟିଏମସିରୁ ଇସ୍ତଫା ଦେଇ ଶୁଭେନ୍ଦୁ ଅଧିକାରୀ ମେଦିନାପୁରବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ।
ପଶ୍ଚିମବଙ୍ଗରର ପୂର୍ବ ମେଦିନାପୁରରେ କାନ୍ଥି ନଂ 3ରେ ତୃଣମୂଳ କଂଗ୍ରେସର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଟିଏମସିରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ମେଦିନାପୁରରେ ମାତାଗିନି ହାଜରା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବିଟ୍ରିଶ ବିରୋଧରେ ଭାରତ ଛାଡ ଆନ୍ଦୋଳନର ମୁକସାକ୍ଷୀ ଅଟେ । କିନ୍ତୁ ଶ୍ୟାମାପ୍ରାସାଦ ମୁଖାର୍ଜୀ ବ୍ରିଟିଶମାନଙ୍କୁ ସାହାଯ୍ୟ କରି ଆନ୍ଦୋଳନକୁ ବିରୋଧ କରିଥିଲେ ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି । ସେହିପରି ଯେଉଁମାନେ ଇଶ୍ବରଚନ୍ଦ୍ର ବିଦ୍ୟାସାଗର ଓ ମାତାଗିନି ହାଜରାକୁ ବିରୋଧ କରିଛନ୍ତି ସେମାନଙ୍କ ପାଖରେ ଶୁଭେନ୍ଦୁ ଅଧିକାରୀ ବିକ୍ରି ହୋଇଗଲେ ବୋଲି କହିଛନ୍ତି ।
ସୂଚନାଥାଉକି, ଟିଏମସିରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ । ନନ୍ଦିଗ୍ରାମର ସିଙ୍ଗୁର ଜମି ବିବାଦ ଆନ୍ଦୋଳନରରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ କର୍ଣ୍ଣଧାର ସାଜି ଟିଏମସିକୁ କ୍ଷମତା ଦଖଲରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ଟିଏମସିରୁ ମନ୍ତ୍ରୀପଦ ଓ ବିଧାୟକ ପଦ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ବିଜେପିରେ ସାମିଲ ହେବା ପରେ ଟିଏମସିକୁ ବର୍ତ୍ତମାନ ନିଜର କ୍ଷମତା ବଜାୟ ରଖିବା ପାଇଁ ଭରପୁର ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ । ଯାହା ପଶ୍ଚିମବଙ୍ଗ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ମୁକାବାଲି ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ