ETV Bharat / bharat

ଲାଲୁଙ୍କ ଚାରା ଚୋରାଚାଲାଣ ମାମଲା: କୋର୍ଟଙ୍କ ଶୁଣାଣି ଶିବାନନ୍ଦଙ୍କ ପ୍ରଶ୍ନବାଚୀ

ଚାରା ଘୋଟାଲାରେ ଦଣ୍ଡ ଭୋଗୁଥିବା ଲାଲୁଙ୍କ ଦଣ୍ଡାଦେଶ ଉପରେ କୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ।

author img

By

Published : Apr 28, 2019, 5:00 PM IST

ପାଟନା: ନ୍ୟାୟପାଳିକା ଉପରେ ଆପତ୍ତିଜନକ ବୟାନ ଦେଲେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରି । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ମାମଲାରେ ଶୁଣାଣିକୁ ନେଇ କହିଲେ ଜଜ ସବର୍ଣ୍ଣ-ଅସବର୍ଣ୍ଣର ହୋଇଥିବାରୁ ସେ ଲାଲୁଙ୍କ ବିରୋଧରେ ଏପରି ରାୟ ଶୁଣାଇଛନ୍ତି । ସେ ଲାଲୁଙ୍କ ଦଣ୍ଡ କମ କରିବା ବଦଳରେ ଆହୁରି ବଢାଇ ଦେଇଛନ୍ତି ।

କେବଳ ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ନ୍ୟାୟପାଳିକାରେ ମଧ୍ୟ ଜାତିଆଣ ଭେଦଭାବ ଅଛି । ଏନେଇ ଶିବାନନ୍ଦ ନ୍ୟାୟପାଳିକାର ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଲାଲୁଙ୍କ ବିରୋଧରେ ଏପରି ଶୁଣାଣି ପାଇଁ ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ ହୋଇଥିବା ସେ କହିଛନ୍ତି ।

ଶିବାନନ୍ଦଙ୍କ କହିବାନୂଯାୟୀ, ଲାଲୁଙ୍କ ମାମଲାରେ ରାୟ ଦେଇଥିବା ଜଜ ସାହେବଙ୍କର ମଧ୍ୟ ଜାତି ଅଛି । ନୁହେଁକି ସେ ସିଧା ଆକାଶରୁ ପଡିଛନ୍ତି । ସେ ଯେଉଁଭଳି କାମ କଲେ ତାହା ଆମେ ସମସ୍ତେ ଦେଖିଲୁ । ତେବେ ବହୁଚର୍ଚ୍ଚିତ ଚାରା ଘୋଟାଲାରେ ଦଣ୍ଡ ଭୋଗୁଥିବା ଲାଲୁଙ୍କ ଉପରେ କୋର୍ଟ ରାୟ ଦେଇ କହିଛନ୍ତି ଯେ, ଲାଲୁଙ୍କ ଉପରେ ଯେତେ ସବୁ ଏତଲା ଦିଆଯାଇଛି ସେ ସବୁ ଉପରେ ସମ୍ବିଧାନ ଅନୁସାରେ ଗୋଟିଏ ମାମଲାର ଦଣ୍ଡ ମିଳିଛି । ଆଉ ଅନ୍ୟ ଅଭିଯୋଗ ଉପରେ ଶୁଣାଣି ହେବନି । ସବୁ ଅଭିଯୋଗର ଗୋଟିଏ ଦଣ୍ଡ ଦିଆଯାଇ ଲାଲୁଙ୍କ ସଜା କମ କରାଯାଇଥିବା କୋର୍ଟ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.