ETV Bharat / bharat

ହରାଇଛନ୍ତି ହାତଗୋଡ, ଯୁକ୍ତ ଦୁଇ ପରୀକ୍ଷାରେ ଅଟକୁନି କଲମ - Shivam Solanki who lost his hands & legs

କାନ୍ଧ ତଳକୁ ହାତ ନାହିଁ କି ଗୋଡ଼ ନାହିଁ ହେଲେ ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି ବାରନପୁରର ବିଜୟନଗରରେ ରହୁଥିବା ଶିବମ୍ ସୋଲାଙ୍କି । ମାଟ୍ରିକ ପରୀକ୍ଷାରେ 81 ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଚକିତ କରେଇଛନ୍ତି ଶିବମ । ଅଧିକ ପଢନ୍ତୁ...

Shivam Solanki
ଆତ୍ମବିଶ୍ବାସ ଆଗରେ ହାର ମାନିଛି ପ୍ରତିବନ୍ଧକ
author img

By

Published : Mar 7, 2020, 3:07 PM IST

ଗୁଜୁରାଟ: ଆତ୍ମବିଶ୍ବାସ ଆଗରେ ହାର ମାନିଛି ପ୍ରତିବନ୍ଧକ । ଦୃଢ ଇଚ୍ଚାଶକ୍ତି ବଳରେ ଅସମ୍ଭବକୁ ବି ସମ୍ଭବ କରିପାରିଛନ୍ତି ବାରନପୁରର ବିଜୟନଗରରେ ରହୁଥିବା ଶିବମ୍ ସୋଲାଙ୍କି । କାନ୍ଧ ତଳକୁ ହାତ ନାହିଁ କି ଗୋଡ଼ ନାହିଁ ହେଲେ ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି ଶିବମ୍ ।

13 ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ 81 ପ୍ରତିଶତ ନମ୍ବର ରଖିଥିବା ବେଳେ ଏବେ ଭଦୋଦରାରେ +2 ପରୀକ୍ଷା ଦେଉଛନ୍ତି ଶିବମ୍ । ତାଙ୍କର ଦୃଢ ବିଶ୍ବାସ ସେ ମାଟ୍ରିକ ପରୀକ୍ଷାଠାରୁ ବି ଅଧିକ ନମ୍ବର +2ବୋର୍ଡ ପରୀକ୍ଷାରେ ରଖିବେ । ଏକ ବିଦ୍ୟୁତ ଆଘାତରେ ନିଜ ହାତ ଗୋଡ଼ ହରାଇଥିବା ବେଳେ ନିଜ କହୁଣି ସାହାଯ୍ୟରେ ଲେଖିବାକୁ ଚେଷ୍ଟା କରିଛନ୍ତି ଶିବମ । ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ତାଙ୍କ ପିତା ମାତାଙ୍କ ସ୍ବପ୍ନ ସାକାର କରିବାକୁ ଚାହୁଁଛନ୍ତି । ବିନା କାହା ସାହାରାରେ ପରୀକ୍ଷା ଦେଇ ନିଜ ସ୍ବପ୍ନକୁ ସାକାର କରିବାକୁ ଚାହୁଁଥିବାରୁ ଶିବମଙ୍କ ପାଇଁ ଗର୍ବିତ ଅନୁଭବ କରିଛନ୍ତି ତାଙ୍କ ବାପା ।

@ ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.