ETV Bharat / bharat

ଆସନ୍ତା 11ରୁ ରାମ ମନ୍ଦିରରେ ଦୀପୋତ୍ସବ, ପ୍ରସ୍ତୁତି ସମୀକ୍ଷା କଲେ ବହୁ ବରିଷ୍ଠ ଅଧିକାରୀ - ରାମମନ୍ଦିର ଦୀପ ଉତ୍ସବ ପ୍ରସ୍ତୁତି

ଅଯୋଦ୍ଧା ରାମମନ୍ଦିରରେ ଆସନ୍ତା 11ରୁ 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦୀପୋତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଅତିରିକ୍ତ ମୁଖ୍ୟ ଗୃହ ସଚିବ ପ୍ରସ୍ତୁତି ପ୍ରଣାଳୀର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ରାମ ମନ୍ଦିରରେ ଦୀପୋତ୍ସବ ପ୍ରସ୍ତୁତି ସମୀକ୍ଷା କଲେ ବହୁ ବରିଷ୍ଠ ଅଧିକାରୀ

author img

By

Published : Nov 8, 2020, 7:18 PM IST

Updated : Nov 8, 2020, 7:50 PM IST

ଲକ୍ଷ୍ନୌ: ଆସନ୍ତା 11ରୁ 13 ତାରିଖ ମଧ୍ୟରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି | ଆଜି(ରବିବାର) ଅତିରିକ୍ତ ମୁଖ୍ୟ ଗୃହ ସଚିବ ଅବନୀଶ ଅଗସ୍ତୀ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ସହ ପହଞ୍ଚି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ଆସନ୍ତା 11ରୁ ରାମ ମନ୍ଦିରରେ ଦୀପୋତ୍ସବ, ପ୍ରସ୍ତୁତି ସମୀକ୍ଷା କଲେ ବହୁ ବରିଷ୍ଠ ଅଧିକାରୀ

ଅଧିକାରୀମାନେ ଦୀପୋତ୍ସବ ମୁଖ୍ୟ କାର୍ଯ୍ୟକ୍ରମ ହେବାକୁ ଥିବା ପୈଡୀ ପରିସରକୁ ଯାଇ ଜାଞ୍ଚ କରିଛନ୍ତି । ଏଥିସହ ଅଧିକାରୀମାନେ ସ୍ଥାନୀୟ ପ୍ରଶାସନନିକ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ରାମକଥା ପାର୍କ ଏବଂ ସରଯୁ ଘାଟରେ ପ୍ରସ୍ତୁତି ବାବଦରେ ପଚାରି ବୁଝିଥିଲେ । ଏହିସମୟରେ ମୁଖ୍ୟ ଗୃହ ସଚୀବ ଅବନୀଶଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ ସେହଗାଲ, ଏଡିଜି ପ୍ରଶାନ୍ତ କୁମାର, ଏଡିଜି ଜୋନ୍ ଏସଏନ ସାବତ ଉପସ୍ଥିତ ଥିଲେ ।

ଅବନୀଶ ଅଗସ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ ଚଳିତ ବର୍ଷ ଅଯୋଧ୍ୟାରେ ଦୀପୋତ୍ସଭ ପର୍ବକୁ ଧୁମଧାମରେ ପାଳନ କରଯିବ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ । ଅନ୍ୟମାନଙ୍କୁ ଟିଭି ଏବଂ ସୋସିଆଲ ମିଡିଆ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖିବା ପାଇଁ ଏକ ସିଷ୍ଟମ ଦିଆଯିବ । ସାମାଜିକ ଦୂରତାକୁ ଅନୁସରଣ କରାଯାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଛନ୍ତି | ଏଥିସହ ଗତବର୍ଷ ତୁଳନାରେ ଏବର୍ଷ କିଛି ନୂଆ ଜିନିଷ ଯୋଡାଯାଉଛି, ଯେଉଁଥିରେ ଏକ ଲେଜର ଶୋ'ର ଆତସବାଜି ରହିଛି |

ପୂର୍ବ ବର୍ଷଗୁଡ଼ିକରେ ଅଗ୍ନି ପ୍ରଦର୍ଶନୀ ଥିଲା, କିନ୍ତୁ ଏହି ବର୍ଷ ଲେଜର ଶୋ ମାଧ୍ୟମରେ ଏକ ବଡ଼ ଆତସବାଜି ପ୍ରଦର୍ଶନ ହେବ | ଏହା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ପୂର୍ବ ବର୍ଷ ଭଳି ହେବ ବୋଲି ସେ କହିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2020, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.