ETV Bharat / bharat

ହାଇଦ୍ରାବାଦରେ ସଡକ ଦୁର୍ଘଟଣା, ବରିଷ୍ଠ IPS ଅଧିକାରୀ ଆହତ - ବରିଷ୍ଠ ଆଇପିଏସ ଅଧିକାରୀ ଆହତ

ରାଜଧାନୀ ହାଇଦ୍ରାବାଦର ବାହାର ରିଙ୍ଗ୍‌ ରୋଡଠାରେ ହୋଇଥିବା ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଭିଭି ଶ୍ରୀନିବାସ ରାଓ । ସେ ତେଲେଙ୍ଗାନା ରାଜ୍ୟ ପୋଲିସ ଚୟନ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ସଡକ ଦୁର୍ଘଟଣା, ବରିଷ୍ଠ IPS ଅଧିକାରୀ ଆହତ

author img

By

Published : Jul 16, 2020, 12:21 AM IST

ହାଇଦ୍ରାବାଦ: ବରିଷ୍ଠ ଆଇପିଏସ ଅଧିକାରୀ ତଥା ତେଲେଙ୍ଗାନା ରାଜ୍ୟ ପୋଲିସ ଚୟନ ବୋର୍ଡର ଚେୟାରମ୍ୟାନ ଭିଭି ଶ୍ରୀନିବାସ ରାଓ ଗାଡି ଦୁର୍ଘଟଣାଗ୍ରସ୍ତ । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ରାଓ ଆହତ ହୋଇଥିବା ଜଣାପଡିଛି । ତେବେ ରାଜଧାନୀ ହାଇଦ୍ରାବାଦର ବାହାର ରିଙ୍ଗ୍‌ ରୋଡଠାରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଆଇପିଏସ ଅଧିକାରୀ ନିଜ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଗଚ୍ଛିଓ୍ବଲିର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

1987 ବ୍ୟାଚ୍‌ର ଆଇପିଏ ଅଧିକାରୀ ଶ୍ରୀନିବାସ ରାଓ ତେଲେଙ୍ଗାନା ରାଜ୍ୟ ପୋଲିସ ଚୟନ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଏହାସହ ସେ ରାଜ୍ୟ ପୋଲିସ ଏକାଡେମୀର କାର୍ଯ୍ୟକାରୀ ନିର୍ଦ୍ଦେଶକଭାବେ ଦାୟିତ୍ବ ତୁଲାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.