ETV Bharat / bharat

ପ୍ରତିରକ୍ଷା ଉତ୍ପାଦନ ଓ ଭାରତର ଆତ୍ମ ନିର୍ଭରଶୀଳତାର ସ୍ବପ୍ନ

author img

By

Published : Oct 12, 2020, 6:24 AM IST

ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଆକର୍ଷଣ ପାଇଁ ଏକାଧିକ ବ୍ୟବସ୍ଥା ବି କରିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରାଳୟ, ନିକଟରେ ୭୫ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଏ ରିଚ୍ ଆଉଟ ଭର୍ଚୁଆଲ୍ କନଫରେନ୍ସ ଆୟୋଜନ କରିଥିଲା ।

ପ୍ରତିରକ୍ଷା ଉତ୍ପାଦନ ଓ ଭାରତର ଆତ୍ମ ନିର୍ଭରଶୀଳତାର ସ୍ବପ୍ନ
ପ୍ରତିରକ୍ଷା ଉତ୍ପାଦନ ଓ ଭାରତର ଆତ୍ମ ନିର୍ଭରଶୀଳତାର ସ୍ବପ୍ନ

୨୦୧୪ ମସିହାରେ ଭାରତର ପ୍ରତିରକ୍ଷା ଉତ୍ପାଦନ ସାମଗ୍ରୀର ରପ୍ତାନି ପାଖାପାଖି ୨ ହଜାର କୋଟିର ଥିଲା । ଗତ ଦୁଇବର୍ଷ ମଧ୍ୟରେ ଭାରତ ୧୭ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଛି । ଏ ବର୍ଷ ଫେବ୍ରୁଆରୀରେ ଲକ୍ଷ୍ନୌ ଡିଫେନ୍ସ ଏକ୍ସପୋ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟେ ୩୫ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ପାଇଁ ଭାରତର ଟାର୍ଗେଟ ରହିବ । ନିକଟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ଏହି ଲକ୍ଷ୍ୟ ପୂରଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଏଥିସହ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଆକର୍ଷଣ ପାଇଁ ଏକାଧିକ ବ୍ୟବସ୍ଥା ବି କରିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରାଳୟ, ନିକଟରେ ୭୫ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଏ ରିଚ୍ ଆଉଟ ଭର୍ଚୁଆଲ୍ କନଫରେନ୍ସ ଆୟୋଜନ କରିଥିଲା । ଋଷିଆ, ଜାପାନ, ଇସ୍ରାଏଲ ଓ ଆମେରିକାଠାରୁ ୭୦ ପ୍ରତିଶତ ମିଲିଟାରୀ ହାର୍ଡୱେୟାର ଆମଦାନୀ କରିଥାଏ ଭାରତ।

୨୦୧୪ରେ ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦି ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ଘୋଷଣା କରିଥିଲେ । ଘରୋଇ ଭବେ ସ୍ପେୟାର ପାର୍ଟସ, କମ୍ପୋନେଣ୍ଟସ ଓ ସବସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଏହି ସଂସ୍କାର ଘୋଷଣା କରାଯାଇଥିଲା । ୨୦୧୪ ଶେଷ ସୁଦ୍ଧା ଶିଳ୍ପନୀତି ଓ ପ୍ରସାର ବିଭାଗ ୨୧୦ଟି ଲାଇସେନ୍ସ ଜାରି କରିଥିଲା । ଗତ ୫ ବର୍ଷ ମଧ୍ୟରେ ଲାଇସେନ୍ସ ସଂଖ୍ୟା ୪୬୦କୁ ବୃଦ୍ଧି ପାଇଛି । ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ଭାରତ ବିଶ୍ବର ଦ୍ବିତୀୟ ସ୍ଥାନରେ ଥିଲା ବେଳେ ରପ୍ତାନୀ ତାଲିକାରେ ଆମର ସ୍ଥାନ କିନ୍ତୁ ୨୩ । ଏବେ ଏହି ନୌରାଶ୍ୟଜନକ ସ୍ଥିତି ସୁଧାରିବା ପାଇଁ ଉଦ୍ୟମ କରାଯାଉଛି ।

ଏଥିପାଇଁ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ବରୂପ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ଓ ରପ୍ତାନୀ ନୀତି ଜାରି କରାଯାଇଛି । ଏବେ କୋରୋନା ମହାମାରୀ ପ୍ରକୋପ ପରିପ୍ରେକ୍ଷୀରେ ଦେଶକୁ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ତ୍ବରାନ୍ବିତ କରିବା ଜରୁରୀ ହୋଇପଡିଛି । ସାମରିକ ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ପୂରଣ ପାଇଁ ଉଚ୍ଚ ଗୁଣାତ୍ମକ ମାନର ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଉପରେ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଜରୁରୀ ।

ବିଦେଶୀ ପୁଞ୍ଜି ବିନିଯୋଗକାରୀଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ସରକାର ଅଟୋମାଟିକ ରୁଟ୍ ଅଧୀନରେ ୭୪ ପ୍ରତିଶତ ଯାଏଁ ଏଫଡିଆଇକୁ ଅନୁମତି ଦେଇସାରିଛନ୍ତି । ଏ ବର୍ଷ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରାଳୟ ଡିଫେନ୍ସ ପ୍ରକ୍ୟୁରମେଂଟ୍ ପ୍ରସିଜର୍ ଚିଠା ପ୍ରସ୍ତୁତ କରାଯାଇଥିଲା

ଏହା ଦ୍ବାରା ଯୁଦ୍ଧ ଜାହାଜ ଓ ପରିବହନ ବିମାନ ଲିଜ୍ ପାଇଁ ଅନୁମତି ଦିଆଯିବା ପାଇଁ ବ୍ୟବସ୍ଥା ରହିଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଆମଦାନୀ ହେଉଥିବା ୧୦୧ଟି ସାମଗ୍ରୀ ବ୍ୟାନ କରିଛି । ୨୦୨୦ରୁ ୨୦୨୪ ମଧ୍ୟରେ ଏହି ବ୍ୟାନ୍ ନିଷ୍ପତି ପର୍ଯ୍ୟାକ୍ରମେ କାର୍ଯ୍ୟକାରୀ ହେବ । ଏଯାବତ, ମାତ୍ର ଡଜନେ ଅର୍ଡନାନ୍ସ ଫ୍ୟାକ୍ଟ୍ରି, ସରକାରୀ ପ୍ରତିରକ୍ଷା ସଂସ୍ଥା ଓ ଡିଆରଡିଓ ଲ୍ୟାବ ଭାରତରେ ରହିଛି, ଯାହା କି ଯଥେଷ୍ଟ ନୁହେଁ । ୧୯୯୨ ମସିହାରେ ପ୍ରତିରକ୍ଷା ମନ୍ତ୍ରାଳୟର ତତ୍କାଳୀନ ପରାମର୍ଶଦାତା ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଅଧୀନରେ ୧୦ ବର୍ଷିଆ ଆତ୍ମ ନିର୍ଭରଶୀଳ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ଭାରତରେ ଭାରତରେ ପ୍ରତିରକ୍ଷା ସାମଗ୍ରୀ ବିକଶିତ କରିବା ଉପରେ ଏଥିରେ ଧ୍ୟାନ ଦିଆଯାଇଥିଲା । କିନ୍ତୁ ପରବର୍ତୀ ସରକାରଗୁଡିକ ଏହାକୁ ଅଣଦେଖା କରିଥିଲେ । ଏବେ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ରପ୍ତାନି ପାଇଁ ପ୍ରଭାବଶାଳୀ ରଣକୌଶଳ କାର୍ଯ୍ୟକାରୀ କରିବା ଜରୁରୀ ହୋଇପଡିଛି ।

ଏଥିପାଇଁ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ଓ କଟକଣାକୁ ହଟାଇବା ସହ ଅନୁକୁଳ ବ୍ୟବସାୟିକ ବାତାବରଣ ସୃଷ୍ଟି ହେବା ଦରକାର । ଏପରି ହେଲେ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ବିଦେଶୀ ପୁଂଜି ଆକର୍ଷିତ କରିପାରିବେ । ଏସବୁ ଉପାୟ ଦ୍ବାରା ହିଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଭାରତର ସ୍ବପ୍ନ ସାକାର ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.