ରାୟପୁର: ଲକ-ଡାଉନ ସମୟରେ ଏକ ବଡ ଧରଣର ଘଟଣା କରିବା ଯୋଜନାକୁ ବିଫଳ କରିଛି ସୁରକ୍ଷା ବାହିନୀ । ଲକଡାଉନର ସୁଯୋଗ ନେଇ ନକ୍ସଲମାନେ କଟେକଲ୍ୟାଣ ମୁଖ୍ୟ ରାସ୍ତାରେ ବାରୁଦର ସୁରଙ୍ଗ ଓ ଲ୍ୟାଣ୍ଡମାଇନ ବିଛାଇଥିଲେ ।
କଟେକଲ୍ୟାଣ ମୁଖ୍ୟ ରାସ୍ତାରେ ସନ୍ଧାନ ବେଳେ ଏଭଳି ଏକ ଯୋଜନାର ପଣ୍ଡ କରିଛନ୍ତି ଡିଆରଜି ଯବାନ । ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇ ଏକ ବଡ ଧରଣର ଯୋଜନାକୁ ବିଫଳ କରିଛନ୍ତି ଯବାନ ମାନେ । କଟେକଲ୍ୟାଣ ଥାନା ଅଞ୍ଚଳରେ ନକ୍ସଲ ଯୋଜନା କୁ ବିଫଳ କରିଥିବାରୁ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କ ମନୋବଳ ବଢେଇଥିଲେ ।
ବ୍ୟୁରୋ ଇଟିଭି ଭାରତ