ପୁଣେ: କୋରୋନା ଭାଇରସର ବିସ୍ତାରରେ ରୋକ ଲଗାଇବାକୁ ସବୁ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି । ସାଧାରଣ ସ୍ଥାନରେ ଅତ୍ୟଧିକ ଲୋକ ଯେପରି ଏକତ୍ରିତ ନହୋଇ ପାରିବେ ସେନେଇ ମହାରାଷ୍ଟ୍ର ପୋଲିସ ନିର୍ଦ୍ଦେଶ ଦେଇଛି । ଏନେଇ ନାଗପୁରରେ ଧାରା 144 (କ) ଓ (ଖ) ଲାଗୁ କରାଯାଇଛି ।
ଏହି ନିୟମ ମାର୍ଚ୍ଚ 31 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନାଗପୁରର କମିଶନର ରବିନ୍ଦ୍ର କାଦାମ କହିଛନ୍ତି । ଏପଟେ ପୁଣେର ଏଫଟିଏପି ବା ବ୍ୟବସାୟୀ ସଙ୍ଘ ଦୋକାନ ବଜାରକୁ 3 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହି ଧାର୍ଯ୍ୟ ସମୟ ବଢିପାରେ ବୋଲି କୁହାଯିବ ।
ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକଙ୍କୁ ନେଇ ସୋମବାର ଏକ ବୈଠକ ଆୟୋଜନ କରାଯାଇଥିଲା । ଯେଉଁଥିରେ ମାର୍ଚ୍ଚ 17,18 ଓ 19 ତାରିଖରେ ଦୋକାନ ବନ୍ଦ କରି କୋରୋନା ପ୍ରତି ସଚେତନ ରହିବାକୁ କୁହାଯାଇଥିଲା । ତେବେ ଲୋକଙ୍କ ଅତି ଆବଶ୍ୟକୀୟ ସାମଗ୍ରୀ ଓ ମେଡିସିନ ଦୋକାନ ସବୁ ଏଥିରୁ ବାଦ ଦିଆଯାଇଛି।ଏହି ନିଷ୍ପତି ପରେ ମହାରାଷ୍ଟ୍ରର 40 ହଜାର ଦୋକାନ ବନ୍ଦ ରହିଛି ।