ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ - second phase voting

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏହି ପର୍ଯ୍ୟାୟରେ ମୋଟ 7ଟି ଜିଲ୍ଲାର 20ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି ।

jhadkhand assembly polls
ଫାଇଲ ଫଟୋ
author img

By

Published : Dec 7, 2019, 7:42 AM IST

Updated : Dec 7, 2019, 9:18 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 7ଟି ଜିଲ୍ଲାର 20ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ମୋଟ 260 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହେବ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ସାମିଲ ଅଛନ୍ତି । ତାଙ୍କ ବିରୋଧରେ ଦଳର ବିଦ୍ରୋହୀ ନେତା ସରୁୟୁ ରାୟ ପ୍ରାର୍ଥୀ ହୋଇଛନ୍ତି । ସେହପରି କଂଗ୍ରେସ ପକ୍ଷରୁ ଗୌରବ ବଲ୍ଲଭ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ପର୍ଯ୍ୟାୟରେ ପ୍ରାୟ 48,25,038 ମତଦାତା ମତଦାନ ପ୍ରକ୍ରିୟାରେ ସାମିଲ ହେବେ । ଏଥିପାଇଁ ମୋଟ 6,066 ଟି ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି । ମତଦାନ ସମୟରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ, ସେ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାୟ 40,000 ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ଥିବା ମତଦାନ କେନ୍ଦ୍ରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ମୁତାବକ ଜାମସେଦପୁର ପୂର୍ବ ଏବଂ ପଶ୍ଚିମ ଆସନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ । ବଳକା 18ଟି ଆସନରେ ଅପରାହ୍ଣ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ ।

Intro:Body:

blank

Conclusion:
Last Updated : Dec 7, 2019, 9:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.