ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ 8 ଜିଲ୍ଲାର ସ୍କୁଲ ଓ କଲେଜ ଛୁଟି ପାଇଁ ଘୋଷଣା କରିଛି ପ୍ରଶାସନ । କୋଡାଗୁ, ଦ୍ବାରୱାଡ, ମାଙ୍ଗାଲୁରୁ, ହାସନ, ବେଲାଗାଭୀ, ମହୀଶୂର, କନୱାର ଓ ଉଡୁପି ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମହୀଶୂରର କାବିନି ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାକୁ ଲାଗିଛି । ଡ୍ୟାମର ଜଳସ୍ତର 2281 .5 ଫୁଟ ରହିଛି । ତେବେ ଡ୍ୟାମର ସର୍ବାଧିକ ଜଳସ୍ତର 2284 ଫୁଟ ରହିଛି ।