ଡେରାଡୁନ: ଉତ୍ତରାଖଣ୍ଡ ପ୍ରତାପନଗର ବିଧାନସଭା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ସ୍କୁଲ ବସ । ଘଟଣାରେ 9 ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 18 ଜଣ ଗୁରୁତର ଆହତ ହୋଇଛନ୍ତି ।
ମଙ୍ଗଳବାର ପ୍ରତାପନଗର ବିଧାନସଭା ଅଞ୍ଚଳରେ ସକାଳୁ ପିଲାଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ବସଟି ଦୁର୍ଘଟଣାର ଶିକାର ହୋଇଛି । ମଦନ ନେଗୀ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ବୋଲି ଜଣାପଡିଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେପଟେ, ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।