ETV Bharat / bharat

ଅତିଥିଙ୍କୁ ଆଉ ସ୍ବାଗତ କରିବେନି ଛାତ୍ରୀ

ଅତିଥିଙ୍କୁ ସ୍ବାଗତ କରିବେନି ବିଦ୍ୟାଳୟ ଛାତ୍ରୀ । ଏନେଇ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏପରି କରିବାରେ ରାଜସ୍ଥାନ ଦେଶର 2ୟ ରାଜ୍ୟ । ପ୍ରଥମ ରାଜ୍ୟ ଭାବେ ଛତିଶଗଡ ଏପରି ପଦକ୍ଷେପ ନେଇଥିଲା ।

ଫାଇଲ ଫଟୋ
author img

By

Published : Mar 6, 2019, 3:33 PM IST

ରାଜସ୍ଥାନ: ପ୍ରାୟତଃ କୌଣସି ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ବିଦ୍ୟାଳୟର ଛାତ୍ରୀଙ୍କୁ ଡକାଯାଇଥାଏ । ଏପରିକି ନିଜ ବିଦ୍ୟାଳୟରେ କୌଣସି ଉତ୍ସବରେ ମଧ୍ୟ ଏହି ପ୍ରଥା ହୋଇଥାଏ । କିନ୍ତୁ ଏବେ ଆଉ ଏପରି ହେବ ନାହିଁ । ଅତିଥିଙ୍କୁ ସ୍ବାଗତ କରିବେନି ବିଦ୍ୟାଳୟ ଛାତ୍ରୀ । ଏନେଇ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏପରି କରିବାରେ ରାଜସ୍ଥାନ ଦେଶର 2ୟ ରାଜ୍ୟ । ପ୍ରଥମ ରାଜ୍ୟ ଭାବେ ଛତିଶଗଡ ଏପରି ପଦକ୍ଷେପ ନେଇଥିଲା । ପୂର୍ବରୁ ମାସକ ତଳେ ଏହା ଉପରେ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ରାଜସ୍ଥାନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଏକ ବିଦ୍ୟାଳୟର କିଛି ଛାତ୍ରୀ ଅପେକ୍ଷା କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମ 3 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ପାଲଟିଥିଲା ।

ତେବେ ଏହି ଖବର ପ୍ରସାରଣ ହେବା ପରେ ଛତିଶଗଡ ସରକାର ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇ ବର୍ଷ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ବନ୍ଦ କରିଥିଲେ । ଏବେ ରାଜସ୍ଥାନ ସରକାର ପଦକ୍ଷେପ ନେଇ ଏହାକୁ ବନ୍ଦ କରିଛନ୍ତି । ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସର ନିଜ ବିଭାଗକୁ ଏହି ପରମ୍ପରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ସରକାରୀ କାର୍ଯ୍ୟକ୍ରମ ଅଥବା ନିଜ ବିଦ୍ୟାଳୟର କିଛି କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ଏହି କାର୍ଯ୍ୟରେ ସାମିଲ ନକରିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

କଅଁଳ ବୟସର ଖତରନାକ ପ୍ରେମ,
ହତ୍ଯାକାରି ସାଜିଲା ଦଶମଶ୍ରେଣି ଛାତ୍ର

କଅଁଳ ବୟସରେ କଅଁଳିଆ ପ୍ରେମ।ପ୍ରେମିକା ନିଶାରେ ଝିମିଟି ଖେଳରୁ ମହାଭାରତ। ବଳିପଡିଛି ପ୍ରେମିକର ସାଙ୍ଗ ଆଉ ହତ୍ଯାକାରି ସାଜିଛନ୍ତି ୯ ନାବାଳକ।ରାଜଧାନୀର
ଖଣ୍ଡଗିରି ଶିବଶଙ୍କର ହତ୍ଯାକାଣ୍ଡ ପଛରେ ଏଭଳି ନେଇଛି ମୋଡ।ବିନାକାରଣରେ ଝିଅ କେସରେ ମୁଣ୍ଡ ପୁରାଇ ହତ୍ଯାର ଶିକାର ହୋଇଛି ଶିବଶଙ୍କର। ଆଉ ଏସବୁର ଘଟଣାର ମୁଖ୍ଯ କାର୍ପଟଦାର ତଥା ହତ୍ଯାକାରି ସାଜିଛି ଜଣେ ଦଶମ ପରିକ୍ଷା ଦେଉଥିବା ଛାତ୍ର। ଘଟଣାରେ ଦଶମ ଶ୍ରେଣି ଛାତ୍ର ସହ ମୋଟ ୯ଜଣନାବାଳକଙ୍କୁ ଗିରଫ କରି ୩୦୨ ମାମଲାରେ ଜୁଭେନାଇଲ କୋର୍ଟରେ ହାଜର କରିଛି କମିସନରେଟ ପୋଲିସ। ଅନ୍ଯ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି।
ତେବେ ଘଟଣାନୁଯାୟୀ ଗତ ୧ ତାରିଖରେ ଖଣ୍ଡଗିରି କୋଚଳାଖାଇ ମଠରେ  ଭୋଜିରେ ଜଣେ ଝିଅ ଦେହରେ ଧକା ଦେଇଥିଲା ତପୋବନ ବସ୍ତିର ଯୁବକ। ଏନେଇ ସେହି ଝିଅର ପ୍ରେମିକ ଧକ୍କା ଦେଇଥିବା ଯୁବକଙ୍କ ସହ ହୋଇଥିଲା ଗଣ୍ଡଗୋଳ। ହେଲେ ଘଟଣାକୁ ନେଇ ଏକାଠି ହୋଇ ସମାଧାନ ପାଇ ୨ତାରିଖ ଶନିବାର ଏକତ୍ର ହୋଇଥିଲେ ଗୋଟିଏ ପଟୁ ଗିରଫ ହୋଇଥିବା ନାବାଳକ ସହ ମୋଟ ଦଶଜଣ । ଅନ୍ଯପଟେ ଥିଲେ ଝିଅର ପ୍ରେମିକ ଓ ତା ସହିତ ଥିଲେ ମୃତ ଶିବଶଙ୍କର। ତେବେ ବରମୁଣ୍ଡା ବ୍ରିଜ ଶେଷ ନିକଟରେ ସନ୍ଧ୍ଯାରେ ଏକାଠି ହୋଇ ଆଲୋଚନା ବେଳେ ହଟାତ ଗଣ୍ଡଗୋଳ ନେଇଥିଲା ଉଗ୍ରରୁପ। ଝିଅର ପ୍ରେମିକ ଓତାର ସାଙ୍ଗ  ଶିବଶଙ୍କରକୁ ମାଡ ମାରିଥିଲେ ଅପରପକ୍ଷର ୧୦ ଜଣ ଯୁବକ। ହେଲେ ହଟାତ ସେମାନଙ୍କ ମଧ୍ଯରୁ ଦଶମଶ୍ରେଣିର ଛାତ୍ର ଜଣକ ଶିବଶଙ୍କର ପେଟକୁ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ ଫଳରେ ଶିବଶଙ୍କରଙ୍କ ପେଟରେ ଭୁଷି ହୋଇ ସେହି ଠାରେ ଗୁରୁତର ହୋଇଥିଲେ। ପରେ ତାଙ୍କୁ ହସପିଟାଲ ନେବା ସମୟରେ ତାଙ୍କର ମୃତ୍ଯ ହୋଇଥିଲା। ତେବେ ଏହିଘଟଣାରେ ପ୍ରତ୍ଯକ୍ଷ ଦର୍ଷି ଝିଅର ପ୍ରେମିକ ର ବୟାନ ଓ ନାବାଳକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡିବା ପୋଲିସ ସେମାନଙ୍କୁ ଗିରଫ କରିଥିଲା। ତେବେ ଗିରଫ ନାବାଳଙ୍କ ମଧ୍ଯରେ ଜଣକୁ ଛାଡି ସଭିଏ ଛାତ୍ର ବୋଲି ଜଣାପଡିଛି । ଏପରିକି ଯୁକ୍ତ ଦୁଇ ଓ ଆଟିଆଇ ରେ ପାଠ ପଢୁଥିବା ବେଳେ ସେମାନେ ଖଣ୍ଡଗିରି ଅଂଚଳର ବୋଲି ପୋଲିସ ସୁତ୍ରରୁ ସୁଚନା ମିଳିଛି।
ବାଇଟ-ସତ୍ଯଜିତ ମହାନ୍ତି,ପୋଲିସ କମିସନର
ହ୍ବାଟସପରେ ଭିଜୁଆଲ ଓ ବାଇଟ 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.