ଜମ୍ମୁ-କାଶ୍ମୀର: କୋରୋନା ପାଇଁ ବୃଦ୍ଧି ହେଲା ସ୍କୁଲ ଫି' ଜମା କରିବାର ସମୟ ସୀମା । ଏପ୍ରିଲ 30 ଭିତରେ ସ୍କୁଲ ଫି' ଦେଇପାରିବେ ଅଭିଭାବକ । ଏଥିପାଇଁ କୌଣସି ଫାଇନ ଦେବାକୁ ମଧ୍ୟ ପଡିବ ନାହିଁ । ଏନେଇ ନିଷ୍ପତ୍ତି ନେଇଛନ୍ତି ଜମ୍ମୁ-କାଶ୍ମୀରର ପ୍ରଶାସନ ।
ଏହା ସହ କୌଣସି ସ୍କୁଲ ଅନଲାଇନ ଲେକ୍ଚର କିମ୍ବା ଆସାଇନମେଣ୍ଟ ପାଇଁ ମଧ୍ୟ ଦେୟ ନେଇପାରିବେ ନାହିଁ । ଏପରିକି ହୋମ ଆସାଇନମେଣ୍ଟ ଅନୁଯାୟୀ ପିଲାଙ୍କ ଫଳାଫଳକୁ ମଧ୍ୟ ଲିଙ୍କ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଦେଶରେ କୋରୋନା ମୁକାବିଲା ନେଇ ଗତ ମାର୍ଚ୍ଚ 22 ତାରିଖରୁ ଦେଶକୁ ବନ୍ଦ କରାଯାଇଛି । ହେଲେ ବହୁ ପୂର୍ବରୁ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଦେଖି ଜମ୍ମୁ-କାଶ୍ମୀରରେ ସ୍କୁଲ-କଲେଜଗୁଡିକ ବନ୍ଦ ରଖାଯାଇଛି । ଏହା ସହ ଦୋକୋନା, ବଜାର ସବୁ କିଛି ବନ୍ଦ ଥିବାରୁ ଅଭିଭାବକ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେନେଇ ଏଭଳି ପଦକ୍ଷେପ ନିଆଯାଇଛି ।
@ANI