ETV Bharat / bharat

ଭିଡିଓ କନଫରେନ୍ସିଂରେ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ - corona virus news

ଲକ୍ ଡାଉନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ମାମଲାରେ ଶୁଣାଣି କରାଯିବ । ପ୍ରଥମ ଥର ସୁପ୍ରିମକୋର୍ଟରେ ଜରୁରୀ ମାମଲା ଗୁଡିକର ଶୁଣାଣି ଭିଡିଓ କନଫରେନ୍ସ ଜରିଆରେ କରାଯିବ । ଅଧିକ ପଢନ୍ତୁ...

SC to hear urgent case
ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସ
author img

By

Published : Mar 23, 2020, 6:16 PM IST

ନୂଆଦିଲ୍ଲୀ: ଲକ୍ ଡାଉନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ମାମଲାରେ ଶୁଣାଣି କରାଯିବ । ପ୍ରଥମ ଥର ସୁପ୍ରିମକୋର୍ଟରେ ଜରୁରୀ ମାମଲା ଗୁଡିକର ଶୁଣାଣି ଭିଡିଓ କନଫରେନ୍ସ ଜରିଆରେ କରାଯିବ । କୋଭିଡ-19 କାରଣରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ରାଜଧାନୀ ଦିଲ୍ଲୀକୁ ସମ୍ପୁର୍ଣ୍ଣ ଲକ୍ ଡାଉନ୍ କରାଯାଇଛି ଫଳରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ଏପରି ପଦକ୍ଷେପ ନେଇଛନ୍ତି ।

SC to hear urgent case
ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସ

ଏନେଇ ମୁଖ୍ୟବିଚାରପତିଙ୍କ ଅଫିସରେ ଭିଡିଓ ସ୍କ୍ରିନିଂ ଲଗାଯାଇଛି । ଓକିଲମାନେ ନିଜ ଅଫିସରେ ବସି ଭିଡିଓ କନଫରେନ୍ସିଂ ଜରିଆରେ ନିଜ ମତାମତ ରଖିପାରିବେ ବୋଲି ମୁଖ୍ୟ ବିଚାରପତି ଶରଦ୍ ଅରବିନ୍ଦ ବୋବଡେ ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ଓକିଲଙ୍କୁ ମଙ୍ଗଳବାର ସନ୍ଧ୍ୟା 5ଟା ଯାଏଁ ସମୟ ଦିଆଯାଇଛି । ଏ ସମୟ ମଧ୍ୟରେ ଓକିଲମାନେ ନିଜ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଅଫିସରୁ ବାହାର କରିପାରିବେ ।

ଏନେଇ ଖୁବ ଶୀଘ୍ର ଏକ ବୈଠକ କରାଯାଇ ଓକିଲଙ୍କୁ ଭିଡିଓ ଲିଙ୍କ ବିଷୟରେ କୁହାଯିବ ବୋଲି ମୁଖ୍ୟ ବିଚାରପତି ସୂଚନା ଦେଇଛନ୍ତି । ବୁଧବାର ଦୁଇ ଜଣିଆ ଖଣ୍ଡପୀଠ ଭିଡିଓ କନଫରେନ୍ସ ଜରିଆରେ ଜରୁରୀ ମାମଲାର ଶୁଣାଣି କରିବେ । ସୁପ୍ରିମକୋର୍ଟର ୱେବସାଇଟରେ ଏହି ବିଷୟରେ ସୂଚନା ଦିଆଯାଇଛି । ବୁଧବାର ମୁଖ୍ୟବିଚାରପତି ଏସ ଏ ବୋବଡେ ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ତିନୋଟି ମାମଲାର ଶୁଣାଣି କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.