ETV Bharat / bharat

ଦିଲ୍ଲୀରେ କୋରୋନାର ଗତି ମନ୍ଥର, 5 ପ୍ରତିଶତ ପଜିଟିଭ୍ ହାର: ସତ୍ୟେନ୍ଦ୍ର ଜୈନ

author img

By

Published : Jul 26, 2020, 4:13 PM IST

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋରୋନାର ଗତି ମନ୍ଥର ହୋଇଛି। ଦିଲ୍ଲୀରେ 1142 ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ମୋଟ 1,29,531 ମାମଲା ନିଶ୍ଚିତ ହୋଇଛି। ଏଥିସହ 2137 ଲୋକ ସୁସ୍ଥ ହୋଇଛନ୍ତି ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋରୋନାର ଗତି ମନ୍ଥର ହୋଇଛି। ଦିଲ୍ଲୀରେ 1142 ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ମୋଟ 1,29,531 ମାମଲା ନିଶ୍ଚିତ ହୋଇଛି। ଏଥିସହ 2137 ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ 12 ହଜାର 657 ସକ୍ରିୟ ମାମଲା ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଢ ମାସ ଧରି ଦିଲ୍ଲୀରେ କୋରୋନାରେ ପ୍ରଗତି ଦେଖାଦେଇଛି । ପଜିଟିଭ୍ ହାର ମଧ୍ୟ 5 ପ୍ରତିଶତ ରହିଛି । ଏକଦା ଏହି ହାର 30 ପ୍ରତିଶତ ଥିଲା । ଦେଶର ପଜିଟିଭ୍ ହାର 10 ପ୍ରତିଶତରୁ ଅଧିକ ଓ ଦିଲ୍ଲୀରେ 5ପ୍ରତିଶତ ପାଖାପାଖି ରହିଛି। ଯେତେବେଳେ ଦିଲ୍ଲୀ 30 ପ୍ରତିଶତ ଥିଲା, ସେତେବେଳେ ଦେଶରେ 3-4ପ୍ରତିଶତ ଥିଲା ।

ସକ୍ରିୟ ମାମଲା ସମ୍ପର୍କରେ ସୂଚନା ଦେବା ପରେ ସତ୍ୟନ୍ଦ୍ର ଜୈନ କହିଛନ୍ତି, ‘ଦିଲ୍ଲୀରେ ସକ୍ରିୟ ମାମଲା କମ୍ ରହିଛି କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ । ଆମେ ଅଳସୁଆ ହୋଇପାରିବା ନାହିଁ । ଯଦି ଆପଣ ଧ୍ୟାନ ଦିଅନ୍ତି ନାହିଁ ତେବେ ପୁନଃଉଦ୍ଧାର କରିବା କଷ୍ଟକର ହେବ ‘। ଏହାସହ ଦିଲ୍ଲୀ ସରକାର ଅନେକ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ହୋମ ଆଇସୋଲେସନ ରୋଗୀଙ୍କୁ ଅକ୍ସିମିଟର ଦିଆଯାଉଛି । ଏହା ସେମାନଙ୍କ ଅମ୍ଲଜାନ ମାତ୍ରାକୁ ସ୍ଥିର ରଖିବାରେ ସାହାଯ୍ୟ କରୁଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଯଦି ଅମ୍ଲଜାନ ମାତ୍ରା 90ରୁ ତଳକୁ ଖସେ ତେବେ ତୁରନ୍ତ ହସ୍ପିଟାଲ ପହଞ୍ଚିବାକୁ କୁହାଯାଇଥିଲା । ବର୍ତ୍ତମାନ ଡାକ୍ତରଖାନା ଗୁଡିକରେ କେବଳ 18 ପ୍ରତିଶତ ଶଯ୍ୟାରେ ରୋଗୀ ଅଛନ୍ତି।

ରାପିଡ୍ ଟେଷ୍ଟ ଉପରେ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ରାପିଡ୍ ଟେଷ୍ଟିଂରେ ପଜିଟିଭ୍ ଆସୁଥିବା ରୋଗୀଙ୍କ ଫଳାଫଳ ସଠିକ୍ ରହୁଛି । ଯେଉଁମାନଙ୍କ ନେଗେଟିଭ୍ ଆସୁଛି ସେମାନଙ୍କ ପାଇଁ ତୁରନ୍ତ RT-PCR ପରୀକ୍ଷା କରାଯାଉଛି । ଅନ୍ୟପକ୍ଷେ ଆଶା କର୍ମୀଙ୍କ ଦରମା ବୃଦ୍ଧି ନେଇ ସେ କହିଛନ୍ତି ଯେ , ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସୋହିତ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.