ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ବଡ ସଫଳତା । ବାରମୂଳା ଅଞ୍ଚଳରୁ 19 ବର୍ଷୀୟ ସାଜିଦ ଫାରୁକ ଡର ନାମକ ଏକ ଆତଙ୍କୀକୁ ଗିରଫ କରିଛି ପୋଲିସ । ସେ ଲସ୍କର-ଏ-ତୋଇବା ପାଇଁ କାମ କରୁଥିବା ଜଣାପଡିଛି । ଏନେଇ ଜାମ୍ମୁ-କାଶ୍ମୀର ପୋଲିସ ଟ୍ବିଟ କରି ଜଣାଇଛି ।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସେନା ଜୈଶ-ଏ-ମହମ୍ମଦର କାରୀ ୟାସିର ସମେତ 3 ଆତଙ୍କୀ ଧରାପଡିଥିଲେ । ୟାସିର ନାମକ ଏହି ଆତଙ୍କୀ ପୁଲୱାମା ଆକ୍ରମଣରେ ସାମିଲ ଥିଲା । ଏହି ଆକ୍ରମଣରେ ଭାରତୀୟ ସେନାର 40 ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।
ଅନ୍ୟପଟେ, କିଛି ଦିନ ତଳେ ତ୍ରାଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଆତଙ୍କୀ ନିପାତ ହୋଇଥିଲେ । ଏହା ସହ ଗତକାଲି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କୀଙ୍କୁ ନିହତ କରିଥିଲେ ଭାରତୀୟ ସେନାବଳ ।