ETV Bharat / bharat

ଖୋଲା ରହିବ ଶିରିଡି ସାଇ ମନ୍ଦିର, ସାଇବାବା ଟ୍ରଷ୍ଟ ପକ୍ଷରୁ ସୂଚନା - ସାଇବାବା ଟ୍ରଷ୍ଟ ପକ୍ଷରୁ ସୂଚନା

ସମସ୍ତ ରୀତିନୀତିରେ ଚାଲିବ ସାଇବାବାଙ୍କ ମନ୍ଦିରରେ ପୂଜା । ଶିରିଡିରେ ବନ୍ଦ ପାଳନ ବେଳେ ମନ୍ଦିର ଖୋଲା ରହିବା ନେଇ ସାଇବାବା ସଂସ୍ଥାନ ପକ୍ଷରୁ ସୂଚନା ରହିଛି । ଅଧିକ ପଢ଼ନ୍ତୁ...

saibaba temple will be open, strike in shirdi, Shirdi sai, uddhav thakrey remarks on shirdi sai, ଖୋଲା ରହିବ ସିରିଡି ସାଇ ମନ୍ଦିର, ସାଇବାବା ଟ୍ରଷ୍ଟ ପକ୍ଷରୁ ସୂଚନା, ଉଦ୍ଧବ ଠାକରେ
ଖୋଲା ରହିବ ସିରିଡି ସାଇ ମନ୍ଦିର, ସାଇବାବା ଟ୍ରଷ୍ଟ ପକ୍ଷରୁ ସୂଚନା
author img

By

Published : Jan 18, 2020, 9:15 PM IST

ମୁମ୍ବାଇ: ରବିବାର ଖୋଲା ରହିବ ଶିରିଡି ସ୍ଥିତ ସାଇବାବାଙ୍କ ମନ୍ଦିର । ସାରା ଶିରିଡିରେ ବନ୍ଦ ପାଳନ ହେବ କିନ୍ତୁ ମନ୍ଦିର ଖୋଲା ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ, ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମ ସ୍ଥାନକୁ ନେଇ ଦେଇଥିଲେ ବିବାଦୀୟ ବୟାନ । ଉଦ୍ଧବ କହିଥିଲେ ଯେ, ସାଇବାବାଙ୍କ ଜନ୍ମ ସ୍ଥାନ ଶିରିଡି ନୁହେଁ ପାଥରୀ । ଯାହାକୁ ନେଇ ଶିରିଡି ବାସୀଙ୍କୁ ଆଘାତ ଲାଗିଥିଲା ।

ତେବେ ଉଦ୍ଧବଙ୍କ ଏହି ବୟାନ ପରେ ଶିରିଡିବାସୀ କ୍ଷୁବ୍ଧ ହୋଇ ଶିରିଡିରେ ରବିବାର ବନ୍ଦ ପାଳନ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସାରା ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଥିବାରୁ ମନ୍ଦିର ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ସାଇବାବା ସଂସ୍ଥାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦୀପକ ମୁଗଲିକର । ସେପଟେ ଶିରିଡି ବନ୍ଦକୁ ସମର୍ଥନ କରିଛନ୍ତି ସ୍ଥାନୀୟ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ।

ଏହା ସହ ମୁଖ୍ୟମନ୍ତ୍ରୀ ନିଜ ବୟାନ ଫେରାଇ ନିଅନ୍ତୁ ବୋଲି କହିଛନ୍ତି ପାଟିଲ । "ଦେଶରେ ଅନେକ ସାଇ ମନ୍ଦିର ଅଛି ପାଥରୀରେ ମଧ୍ୟ ଅଛି । ତେବେ ଏହାକୁ ସାଇଙ୍କ ଜନ୍ମସ୍ଥାନ କହିବା ନୁହେଁ । ଏହା ଦ୍ବାରା ଲୋକଙ୍କ ମନରେ ଆଘାତ ଲାଗିଛି ତେଣୁ ଏହି ବିବାଦ ଶୀଘ୍ର ସରିବା ଆବଶ୍ୟକ ବୋଲି ସେ କହିଛନ୍ତି" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.