ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତି ହଟଚମଟ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସମସ୍ତ ଦଳକୁ ଦସ୍ତାବିଜ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି କୋର୍ଟ । ଏପଟେ ଏନ୍ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା ।
କିନ୍ତୁ ସେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ନିଖୋଜର କିଛି ଘଣ୍ଟା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ରାଜନୀତିରେ ଘୋଡା ବେପାରକୁ ଲକ୍ଷ୍ୟକରି ସବୁ ଦଳକୁ ଘାରିଛି ଭୟ । ଏନେଇ ଅନ୍ୟ ରାଜ୍ୟରେ ନିଜ ଦଳର ବିଧାୟକଙ୍କୁ ନେଇ ରଖିଛନ୍ତି ଦଳର ମୁଖିଆ ।
କିନ୍ତୁ ଦରୋରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦଇ କହିଛନ୍ତି, ମୁଁ ଘଣ୍ଟା ଚିହ୍ନରେ ଅର୍ଥାତ୍ ଏନ୍ସିପିରୁ ନିର୍ବାଚନ ଜିତିଛି । ତେଣୁ ଶରଦ ପାଓ୍ବାର ଓ ଅଜିତ ପାଓ୍ବାର ଯାହା ନିଷ୍ପତ୍ତି ନେବେ ମୁଁ ସେଥିରେ ରାଜି ବୋଲି ସେ କହିଛନ୍ତି ।