ETV Bharat / bharat

ପାଇଲଟ ଦେଇଥିଲେ 35 କୋଟିର ଅଫର: କଂଗ୍ରେସ ବିଧାୟକ ମାଲିଙ୍ଗା

କଂଗ୍ରେସ ଛାଡିବାକୁ ପାଇଲଟ ମୋତେ 35 କୋଟି ଟଙ୍କା ଅଫର କରିଥିବା ଅଭିଯୋଗ ଲଗାଇଛନ୍ତି କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା। ଏହି ସୂଚନା ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା କଥା ସେ ମଧ୍ୟ କହିଛନ୍ତି । ଏହି କଥା ମୁଁ ଇଶ୍ବରଙ୍କ ପ୍ରତିମା ଉପରେ ହାତ ରଖି ଏହା କହିପାରେ ବୋଲି ସେ ଦୃଢତାର ସହ କହିଛନ୍ତି ।

author img

By

Published : Jul 20, 2020, 5:27 PM IST

mla-giriraj-singh
mla-giriraj-singh

ଜୟପୁର: ରାଜସ୍ଥାନର ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଛାଡିବାକୁ ସେ, ମୋତେ 35 କୋଟି ଟଙ୍କା ଅଫର କରିଥିବା ଅଭିଯୋଗ ଲଗାଇଛନ୍ତି । ଏହି ସୂଚନା ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା କଥା ସେ ମଧ୍ୟ କହିଛନ୍ତି । ଏହି କଥା ମୁଁ ଇଶ୍ବରଙ୍କ ପ୍ରତିମା ଉପରେ ହାତ ରଖି ଏହା କହିପାରେ ବୋଲି ସେ ଦୃଢତାର ସହ କହିଛନ୍ତି ।

ହୋଟେଲ ଫେୟାରମୋଣ୍ଟ ବାହାରେ ଗଣମାଧ୍ୟମକୁ ମାଲିଙ୍ଗା କହିଛନ୍ତି, ଡିସେମ୍ବର ମାସରେ ପାଇଲଟଙ୍କୁ ତାଙ୍କ ଘରେ ଭେଟିଥିଲି । ଏହି ସମୟରେ ମୋତେ ସେ ଅଫର କରିଥିଲେ । ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ ସେ ଅଫର କରଥିବା କଥା ମଧ୍ୟ କହିଛନ୍ତି । ଗିରିରାଜ ମାଲିଙ୍ଗା ଲଗାତାର ତିନି ଥର ବିଧାୟକ ରହିଛନ୍ତି । ପ୍ରଥମ ଥର ପାଇଁ ବିଏସପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ବିଏସପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

ତାଙ୍କର କୌଣସି ପ୍ରମାଣ ଅଛି କି ବୋଲି ପଚରାଯିବାରୁ ମାଲିଙ୍ଗ କହିଛନ୍ତି ଯେ, ମୁଁ କୌଣସି ରେକର୍ଡିଂ କରି ନାହିଁ କିମ୍ବା ରେକର୍ଡିଂ କିପରି କରାଯାଏ ଜାଣେ ନାହିଁ । ବିଜେପି ମୋ ସହିତ କେବେ ବି ଯୋଗାଯୋଗ କରିନଥିଲା । କେବଳ ସଚିନ୍ ପାଇଲଟ ମୋତେ ଟଙ୍କା ଅଫର କରିଥିଲେ । ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ବିଜେପି ଯିବିଲ ନାହିଁ । ମୋତେ ବିଜେପିରେ ଯୋଗଦେବାକୁ କୁହାଯାଇଥିଲା । 35 କୋଟି ଟଙ୍କା ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁଁ ବିଜେପି ଯିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଥିଲି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.