ନୂଆଦିଲ୍ଲୀ: ଲକଡାଉନ୍ 3.0 ଜାରି ରହିଛି । ଏହି ସମୟରେ ସର୍ବାଧିକ ଆଲୋଚନାରେ ପ୍ରବାସୀ ଶ୍ରମିକ, ଯେଉଁମାନେ ଶହ ଶହ କିଲୋମିଟର ଚାଲି ନିଜ ଘରକୁ ଫେରୁଛନ୍ତି । ଏପିରିକ କିଛି ଶ୍ରମିକ କ୍ବାରେଣ୍ଟାଇନରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକତା ପରିଷଦ ପ୍ରାୟ 37,000 ଲୋକଙ୍କ ସଂଖ୍ୟା ସଂଗ୍ରହ କରିଛି । ସମଗ୍ର ପ୍ରକ୍ରିୟାକୁ ପରିଚାଳନା କରୁଥିବା ଦଳର ନେତୃତ୍ବ ନେଉଥିବା ରମେଶ ଶର୍ମା କହିଛନ୍ତି, ଆମେ ଶ୍ରମିକମାନଙ୍କୁ ଟ୍ରାକିଂ କରିବା ଆରମ୍ଭ କରିଥିଲୁ, ଯେଉଁମାନେ ଲକଡାଉନ୍ ଭୟରେ ପଳାୟନ କରୁଥିଲେ ।
‘ଆମେ ଶ୍ରମିକମାନଙ୍କୁ ସେମାନଙ୍କ ପାଖରେ ଥିବା ପରିମାଣ ? ସେମାନଙ୍କୁ କେତେ ଦୂର ଯିବାକୁ ପଡିବ? ଆଦି ସୂଚନା ମାଗିଥିଲୁ । ପାଦରେ ଚାଲିଚାଲି ଆସୁଥିବା ଶ୍ରମିକମାନଙ୍କ ଗର୍ଭବତୀ ମହିଳା ମଧ୍ୟ ଥିଲେ । ବୃଦ୍ଧ ଓ ଅସୁସ୍ଥ ଲୋକମାନେ ଅନେକ ଥିଲା ବେଳେ ସେମାନଙ୍କ ମୋବାଇଲ୍ ବାଲାନ୍ସ ମଧ୍ୟ ସମାପ୍ତ ହୋଇଯାଇଥିଲା । କିଛି ଏମିତି ଲୋକ ଥିଲେ ଯେଉଁମାନଙ୍କ ପାଖରେ ଟଙ୍କା ଏବଂ ଖାଦ୍ୟର ଅଭାବ ମଧ୍ୟ ଥିଲା ’ ବୋଲି ସେ କହିଛନ୍ତି । ବାସ୍ତବରେ ଏହି ସଂଗଠନ ବିଭିନ୍ନ ସ୍ଥାନରେ ଏହିପରି ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି ।
ଗୋଟିଏ ପଟେ ଶ୍ରମିକମାନେ ଶହ ଶହ କିଲୋମିଟର ଚାଲି ନିଜ ଗ୍ରାମରେ ପହଞ୍ଚିବାକୁ ବ୍ୟାକୁଳ ସେମାନେ । ଅନ୍ୟ ପଟେ ସାମାଜିକ ଦୂରତାରୁ ବଞ୍ଚିତ ଶ୍ରମିକମାନଙ୍କ ଚିତ୍ର ଦୁଃଖଦାୟକ । ଯାହା ଏକ ଭୟଙ୍କର ବାର୍ତ୍ତା ଦେଉଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମୁଖ୍ୟ ଶ୍ରମ କମିଶନର (ସିଏଲସି) ଏପ୍ରିଲ 8 ରେ ଏକ ସର୍କୁଲାର ଜାରି କରିଥିଲେ। ଏହି ସର୍କୁଲାର ଅନୁଯାୟୀ, ଦେଶର 20 ଟି କେନ୍ଦ୍ରର ଆଞ୍ଚଳିକ ଶ୍ରମ କମିଶନର (ଆରଏଲସି) ମାନଙ୍କୁ 3 ଦିନ ମଧ୍ୟରେ ଅର୍ଥାତ 11 ଏପ୍ରିଲ ମଧ୍ୟରେ ଲକଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଗଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ଆକଳନ ଜିଲ୍ଲା ଓ ରାଜ୍ୟ ହିସାବରେ ଭାବରେ ସଂଗ୍ରହ କରାଯାଉଥିଲା । ତଥ୍ୟ କିପରି ସଂଗ୍ରହ କରାଯିବ ସେ ସମ୍ବନ୍ଧରେ ସର୍କୁଲାର ସହିତ ଏକ ଫର୍ମାଟ୍ ମଧ୍ୟ ଦିଆଯାଇଥିଲା ।
ସେକ୍ଟରଗୁଡିକର ଏକ ତାଲିକା ମଧ୍ୟ ଦିଆଗଲା ଯେଉଁଥିରେ ଏହି ପ୍ରବାସୀ ଶ୍ରମିକମାନେ କାର୍ଯ୍ୟ କରନ୍ତି । ତେବେ ପ୍ରବାସୀ ମୃତ୍ୟୁ ସଂଖ୍ୟା ଆକଳନ ହୋଇଛି କି ? ପ୍ରଶ୍ନ ଉଠିଛି କି ଏହି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସଂଗ୍ରହ କରାଯାଇଛି କି ? ମୁଖ୍ୟ ଶ୍ରମ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ଶ୍ରମ କମିଶନରମାନେ ଏପର୍ଯ୍ୟନ୍ତ କେତେ ତଥ୍ୟ ପଠାଇଛନ୍ତି ?
ତେଣୁ ଏହି ପ୍ରଶ୍ନର ଉତ୍ତର RTI ରେ ମିଳିଥିଲା । କମନୱେଲଥ ମାନବ ଅଧିକାର ଅଭିଯାନ (CHRI) ର ଭେଙ୍କଟେଶ ନାୟକ ସୂଚନା ଅଧିକାର କାନୁନ ଅଧିନରେ ମୁଖ୍ୟ ଶ୍ରମ କମିଶନରଙ୍କୁ ରାଜ୍ୟ ଦ୍ବାରା ଏକାଠି କରାଯାଇଥିବା ତଥ୍ୟା ମାଗିଥିଲା । ଏହାର ଉତ୍ତର 5 ମେ ରେ ଆସିଲା । ଯେଉଁଥିରେ କୁହାଗଲା ଆପଣଙ୍କ ଦ୍ବାରା ପଚରାଯାଇଥିବା ସଂଖ୍ୟାର ଆକଳନ ଆମ ପାଖରେ ନାହିଁ । ଏହି ସର୍କୁଲାରରେ 20 ଟି ଆଞ୍ଚଳିକ ଶ୍ରମ କମିଶନରଙ୍କ କିଛି ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା।
ଦିଲ୍ଲୀରେ ନିଯୁକ୍ତ ଦୁଇଜଣ ଅଧିକାରୀ, ମୁମ୍ବାଇରେ ନିଯୁକ୍ତ ଦୁଇଜଣ ଅଧିକାରୀ ଏବଂ ଡେରାଡୁନରୁ ଜଣେ ଅଧିକାରୀଙ୍କୁ ଅନେକ ଥର ଫୋନ୍ କରିବା ପରେ ମୁମ୍ବାଇର ଜଣେ ଅଧିକାରୀ ଏହି କଲ୍ ଉଠାଇଥିଲେ। ଯେତେବେଳେ ତାଙ୍କୁ ଏହି ସର୍କୁଲାର ବିଷୟରେ ପଚରାଗଲା, ତାଙ୍କର ଉତ୍ତର ଥିଲା ଯେ ରାଜ୍ୟମାନଙ୍କୁ ଏହା ବିଷୟରେ ଉତ୍ତର ଦେବାକୁ ପଡିବ । ସେମାନ ପାଖରେ ଏପରି କୌଣସି ତଥ୍ୟ ନାହିଁ । ସେ କହିଛନ୍ତି ଯେ ଏହି ବିଷୟରେ ଆଲୋଚନା କରିବାକୁ ଆମେ ଅନୁମତି ପାଇ ନାହୁଁ ।