ETV Bharat / bharat

କୋଭିଡ-19 ମୁକାବିଲା: ମନରେଗା ଅଧିନରେ ରାଜ୍ୟକୁ 40 ହଜାର କୋଟି - MGNREGA

କୋଭିଡ-19 ମହାମାରୀରୁ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ 40 ହଜାର କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ କରାଯାଇଛି।

 ମନରେଗା ଅଧିନରେ ରାଜ୍ୟକୁ 40 ହଜାର କୋଟି
ମନରେଗା ଅଧିନରେ ରାଜ୍ୟକୁ 40 ହଜାର କୋଟି
author img

By

Published : Jul 26, 2020, 2:56 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀରୁ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ 40 ହଜାର କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟ ଗୁଡିକୁ ଆହ୍ବାନ କରିଛନ୍ତି । ଗ୍ରାମ ପଞ୍ଚାୟତକୁ ପଠାଯାଉଥିବା ଅର୍ଥ ଗ୍ରାମ ସ୍ତରରେ ବିକାଶମୂଳକ କାର୍ଯ୍ୟରେ ସଫଳ ହେବା ନିୟୋଜିତ କରିବା ପାଇଁ ସେ କହିଛନ୍ତି।

ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ବିପଦ ଭିତ୍ତିକ ଆଭ୍ୟନ୍ତରୀଣ ଅଡିଟକୁ ମଜବୁତ କରିବା ପାଇଁ ସେ କହିଛନ୍ତି । ଏକ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ ତୋମାର ଏହା କହିଛନ୍ତି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି।

ତୋମାର କହିଛନ୍ତି, ମଜୁରୀ ଓ ଆତ୍ମନିର୍ଭରଶୀଳତା, ଗ୍ରାମୀଣ ଗୃହ, ସଡକ ଭିତ୍ତିଭୂମି ଯୋଗାଇବା ଓ ସାମାଜିକ ନିରାପତ୍ତା ଯୋଗାଇବା ପାଇଁ ତାଙ୍କ ମନ୍ତ୍ରଣାଳୟ ବହୁମୁଖୀ ରଣନୀତି ପ୍ରସ୍ତୁତ କରିଛି। 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନରେ ପ୍ରାୟ 1 ଲକ୍ଷ 20 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ତୋମାର ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ପରିଚାଳନା ସୂଚକାଙ୍କ ପ୍ରକାଶ କରିବା ସହ ରାଜ୍ୟଗୁଡିକର ପ୍ରଦର୍ଶନକୁ ମାନ୍ୟତା ଦେଇଛନ୍ତି। ବାର୍ଷିକ ଯୋଜନା ପ୍ରସ୍ତୁତି, ଆର୍ଥିକ ବର୍ଷ ପାଇଁ ପାଣ୍ଠିର ଆବଶ୍ୟକତା, ରାଜ୍ୟର ଅଂଶଧନ ଶୀଘ୍ର ମୁକ୍ତ କରିବା, ପାଣ୍ଠିର ଠିକ୍ ସମୟରେ ଉପଯୋଗିତା ପ୍ରମାଣପତ୍ର ଦାଖଲ ଆଧାରରେ ରାଜ୍ୟଗୁଡିକୁ ସ୍ଥାନିତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.