ETV Bharat / bharat

ଜିଦରୁ ଓହରିଲେ ଲାଲୁ, 2 ଦିନ ପରେ ଖାଇଲେ ଖାଦ୍ୟ

ଦୁଇ ଦିନ ପରେ ଖାଦ୍ୟ ଗ୍ରହଣ କଲେ ଲାଲୁ । ଲୋକସଭା ଫଳକୁ ନେଇ ଦୁଃଖିତ ଥିଲେ ସେ । ତେଣୁ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ ।

author img

By

Published : May 27, 2019, 6:09 PM IST

ଫାଇଲ ଫଟୋ

ପାଟନା : ଦୁଇ ଦିନ ପରେ ଖାଦ୍ୟ ଗ୍ରହଣ କଲେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ । ଡାକ୍ତରଙ୍କ କଥା ମାନି ଖାଦ୍ୟ ଖାଇଲେ ଲାଲୁ । ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଥିଲା ।

ଲୋକସଭା ନିର୍ବାଚନର ଫଳାଫଳ ପରେ ଭାଙ୍ଗି ପଡିଥିଲେ ଆରଜେଡି ପ୍ରମୁଖ ଲାଲୁ । ବିହାରରେ ତାଙ୍କ ଦଳର ମୂଳପୋଛ ହୋଇଯାଇଥିଲା । ଏଥିରେ ଲାଲୁ ଖାଦ୍ୟ ଖାଇବା ଛାଡି ଦେଇଥିଲେ । ଗତ 24 ଓ 25 ତାରିଖରେ ସେ ଭୋଜନ ଗ୍ରହଣ କରିନଥିଲେ । ତେଣୁ ଧିରେ ଧିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।

ଲାଲୁ ଦୁଇ ଦିନ ହେଲା ଖାଇ ନଥିବାରୁ କୌଣସି ଔଷଧ ସେବନ ମଧ୍ୟ ସମ୍ଭବ ହୋଇପାରୁନଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ବୋଲି ତାଙ୍କର ଚିକିତ୍ସା କରୁଥିବା ଟିମର ମୁଖ୍ୟ ଡା. ଉମେଶ ପ୍ରସାଦ କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.