ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା Xiaomi Redmi Note-9 । ଚାଇନା ସ୍ମାର୍ଟଫୋନ Xiaomi କମ୍ପାନୀ ଭାରତରେ ଆଜି(ସୋମବାର) Redmi Note-9 ସ୍ମାର୍ଟଫୋନ ଲଞ୍ଚ କରିଛି । ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି କମ୍ପାନୀ ରେଡମି ନୋଟ-9 ପ୍ରୋ ଏବଂ ରେଡମି ନୋଟ-9 ପ୍ରୋ ମ୍ୟାକ୍ସ ଲଞ୍ଚ କରିସାରିଛି । ଭାରତରେ Redmi Note 9 ସ୍ମାର୍ଟଫୋନକୁ ଆଜି ଦ୍ବିପହର 12ଟାରେ ଲଞ୍ଚ କରାଯାଇଛି । ଅନଲାଇନରେ ଏହି ଇଭେଣ୍ଟ ହୋଇଥିବାବେଳେ କମ୍ପାନୀ ଏହାକୁ ନିଜ ଅଫିସିଆଲ ୟୁଟ୍ୟୁବ୍ ହ୍ୟାଣ୍ଡେଲରେ ଷ୍ଟ୍ରିମ୍ କରିଛି । Redmi Note 9 ର ମୂଲ୍ୟ ଏହି ସିଜନରେ ସର୍ବନିମ୍ନ ମୂଲ୍ୟ ରଖାଯାଇଛି । ଭାରତରେ ଏହା 10 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବା ନେଇ କୁହାଯାଇଛି । ତେବେ ଏହି ସ୍ମାର୍ଟଫୋନର ବିଶ୍ବ ବଜାରରେ ପାଖାପାଖି 11,900 ଟଙ୍କା ରହିଛି ।
Xiaomiର ଟିଜର ଅନୁଯାୟୀ, Redmi Note 9 ରେ ଚାରୋଟି ପଛ କ୍ୟାମେରା ରହିବ । ଏହି ସ୍ମାର୍ଟଫୋନରେ 6.3-ଇଞ୍ଚ ର ଫୁଲ HD ପ୍ଲସ ଡିସପ୍ଲେ ରହିବ । ଏହାସହ ଏଥିରେ ଏକ MediaTek Helio G85 ପ୍ରସେସର ରହିବ ।
Redmi Note 9ର ବ୍ୟାଟେରୀ 5,000 mAh ର ହେବ । ଏହାବାଦ୍ 18W ଫାଷ୍ଟ ଚାର୍ଜିଂ ପାଇଁ ମଧ୍ୟ ଏହା ଯୋଗାଇ ଦିଆଯିବ | ଏହି ସ୍ମାର୍ଟଫୋନର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଅଛି ଏବଂ ଏହା ଆଣ୍ଡ୍ରଏଡ୍ 10 ଆଧାରିତ କମ୍ପାନୀର କଷ୍ଟମ MIUI 11 ରେ ଚାଲିଥାଏ |
Redmi Note 9ର ପ୍ରାଇମେରୀ କ୍ୟାମେରା 48 ମେଗା ପିକ୍ସେଲ ହେବ । ସଂଯୋଗୀକରଣ ପାଇଁ ଏହାକୁ USB ଟାଇପ-C ସହ ହେଡଫୋନ ଜ୍ୟାକ୍ ଏବଂ ବ୍ଲୁଟୁଥ 5.0 ଯୋଗାଇ ଦିଆଯାଇଛି । ଏଥିରେ ମାଇକ୍ରୋ ଏସଡି କାର୍ଡର ସପୋର୍ଟ ମଧ୍ୟ ରହିବ ।
ତେବେ ଭାରତରେ ରେଡମି ନୋଟ ସିରିଜର ସବୁ ସ୍ମାର୍ଟଫୋନ ବହୁତ ଲୋକପ୍ରିୟ ହୋଇଛି । କିନ୍ତୁ ଚାଇନା ବିରୋଧୀ ବୟକଟ ଭାବନା ଯୋଗୁଁ ଏହାର ବିକ୍ରି ଉପରେ କିଛି ପ୍ରଭାବ ପକାଇବା ନେଇ ଆଶଙ୍କା ରହିଛି । ତେବେ ଅଦ୍ୟାବଧି କମ୍ପାନୀ କହି ଆସିଛି ଯେ, ଭାରତରେ ଚାଇନା ବଏକଟ ମନୋଭାବ ଯୋଗୁଁ କମ୍ପାନୀର ବ୍ୟବସାୟ ଉପରେ କିଛି ଖାସ୍ ପ୍ରଭାବ ପଡିନାହିଁ ।