ନୂଆଦିଲ୍ଲୀ: ଦେଶରେ କୋରୋନା ସୁସ୍ଥତା ହାର ବଢିଛି । ଗତ 24 ଘଣ୍ଟାରେ 11 ହଜାର 264 ଲୋକ ସୁସ୍ଥ ହୋଇଛନ୍ତି । ଫଳରେ ଭାରତର ସୁସ୍ଥତା ହାର 47.40 ପ୍ରତିଶତକୁ ବୃଦ୍ଧି ପାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବ ଦିନର ସୁସ୍ଥତା ହାରଠାରୁ ଏହା 4.51 ପ୍ରତିଶତ ଅଧିକ । ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ଆକ୍ଟିଭ ଆକ୍ରାନ୍ତ 89 ହଜାରରୁ 86 ହଜାରକୁ ଖସିଛି । ଶୁକ୍ରବାର 42.89 ପ୍ରତିଶତ ସୁସ୍ଥ ହାର ଥିଲା ଯାହା ଆଜି ଅଧିକ 4 ପ୍ରତିଶତ ବଢିଛି ବୋଲି ସୂଚନା ରହିଛି ।
ଏବେ ଯାଏଁ ଆଇସିୟୁରେ 2.55 ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ସେହିପରି ଭେଣ୍ଟିଲେଟରରେ 0.48 ପ୍ରତିଶତ ଏବଂ ଓକ୍ସିଜେନ ସର୍ପୋଟରେ 1.96 ପ୍ରତିଶତ ଲୋକ ରହିଛନ୍ତି । ମୃତ୍ୟୁହାର 2.86 ପ୍ରତିଶତ ରହିଛି । ଦେଶବ୍ୟାପୀ ସାମ୍ପଲ ପରୀକ୍ଷା କ୍ଷମତା ବୃଦ୍ଧି ପାଇଛି । ମୋଟ୍ 462 ସରକାରୀ ଲାବ୍ ଏବଂ 200 ଘରୋଇ ଲାବ୍ରାଟୋରୀରେ ନମୁନା ପରୀକ୍ଷା ହେଉଛି । ଏବେ ସୁଦ୍ଧା 36 ଲକ୍ଷ 12 ହଜାର 242 ସାମ୍ପଲ ପରୀକ୍ଷା ସରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।