ହାଇଦ୍ରାବାଦ: ନିକଟରେ ରିଅଲମି କମ୍ପାନୀ ପକ୍ଷରୁ ରିଲିଜ ହୋଇଥିବା ଦୁଇଟି ନୂଆ ସ୍ମାର୍ଟଫୋନର ଦାମ ଭାରତରେ ବୃଦ୍ଧି ପାଇଛି । ଲଞ୍ଚ ହେବା ପରେ ପ୍ରଥମ ଥର ଏହି ଦୁଇଟି ଫୋନର ପ୍ରାଇସ ବଢିଛି । କମ୍ପାନୀ ନିଜ ୱେବସାଇଟରେ ଏହା ପ୍ରକାଶ କରିଛି । ଉଭୟ ସି3 ଏବଂ ନାର୍ଜୋ 10ଏର ଦାମ ବଢାଯାଇଥିବା ଜଣାପଡିଛି ।
ଲକଡାଉନରେ ପ୍ରଥମ କମ୍ପାନୀ ଭାବେ ରିଅଲମି ନିଜ ସ୍ମାଟର୍ଫୋନ୍ ଲଞ୍ଚ କରିବା ସହ ଅନଲାଇନ ଡେଲିଭରୀର ବ୍ୟବସ୍ଥା କରିଥିଲା । ବିଶେଷ କରି ନାର୍ଜୋ 10ଏ ସ୍ମାର୍ଟଫୋନକୁ ଲୋକେ ଅଧିକ ପସନ୍ଦ କରି କିଣିଥିଲେ । ଏହାର ଆଡଭାନ୍ସ ଫିଚର ଯୋଗୁଁ ଲୋକପ୍ରିୟତା ହାସଲ କରିଥିଲା । ତେବେ ଭାରତ ସରକାର ଏପ୍ରିଲରେ ସମସ୍ତ ସ୍ମାର୍ଟଫୋନ୍ ଉପରେ ଜିଏସଟି ରେଟ୍ ବଢାଇବା ପରେ ସବୁ ଫୋନର ଦାମ୍ ବଢିଥିଲା । ସେତେବେଳେ ରିଅଲମି ସି3ର ଦାମ୍ ମଧ୍ୟ ବଢିଥିଲା । ପରେ ମେ ମାସରେ ଦ୍ବିତୀୟ ଥର ପାଇଁ ଏହାର ଦରବୃଦ୍ଧି ଘଟିଥିଲା । ଫେବୃୟାରୀରେ ଭାରତରେ ଲଞ୍ଚ ହୋଇଥିବା ଏହି ଫୋନ୍ ତୃତୀୟ ଥର ପାଇଁ ନିଜ ରେଟ୍ ବଢାଇଛି ।
ତେବେ ନାର୍ଜୋ 10ଏ ଗତ ମାସରେ ପ୍ରଥମ ଥର ଲଞ୍ଚ ପରେ ନିଜ ପ୍ରାଇସ ବୃଦ୍ଧି କରିଛି । ବର୍ତ୍ତମାନ ରିଟେଲ ଷ୍ଟୋରରେ ନାର୍ଜୋ 10ଏର ଦାମ୍ 8999 ରହିଛି । 3 ଜିବି ରାମ୍ ଏବଂ 32 ଜିବି ଷ୍ଟୋରେଜ ଥିବା ଫୋନ ପାଇଁ ଏହି ଦାମ୍ ବୃଦ୍ଧି ଘଟିଛି । ମୂଳ ପ୍ରାଇସରେ 500 ଟଙ୍କା ବଢାଇଛି କମ୍ପାନୀ । ସମାନ ମଡେଲର କମ୍ପାନୀ ପକ୍ଷରୁ ଏହାର ନୂଆ ଭର୍ସନ 4 ଜିବି ପ୍ଲସ 64 ଜିବି ଷ୍ଟୋରେଜ ସ୍ମାର୍ଟଫୋନ୍ କିଛି ଦିନ ତଳେ ମାର୍କେଟକୁ ଆସିଛି । ଏହାର ଦାମ୍ ଭାରତରେ 9999 ରହିଛି । ତେବେ ଏହାର କୌଣସି ଦର ବୃଦ୍ଧି ଘଟିନଥିବା କମ୍ପାନୀ ସୂଚନା ଦେଇଛି । ଫ୍ଲିପକାର୍ଟ ଏବଂ ରିଲଅମି ଡଟ୍ କମରେ ଉଭୟ ଫୋନ୍ ଉପଲବ୍ଧ ଅଛି । ଜୁନ୍ 26 ମଧ୍ୟାହ୍ନ 12ଟାରେ ଏହାର ପରବର୍ତ୍ତୀ ସେଲିଂ ହେବ ବୋଲି ଜଣାପଡିଛି ।
କମ୍ପାନୀର ସି3 ସ୍ମାର୍ଟଫୋନ୍ ଦାମ୍ ଏବେ ରିଟେଲ ଷ୍ଟୋରରେ 8999 ରହିଛି । ଫେବୃୟାରୀରେ ଲଞ୍ଚବେଳେ ଏହାର ଦାମ୍ 6999 ଥିଲା ଯେଉଁଥିରେ ଏବେ ସୁଦ୍ଧା 2000 ଟଙ୍କାର ବୃଦ୍ଧି ଘଟିସାରିଲାଣି । ଜିଏସଟି ବୃଦ୍ଧି ବେଳେ ଏଥିରେ 500 ଟଙ୍କା ବଢାଇଥିଲା କମ୍ପାନୀ । ସେହିପରି ଏହାର 4 ଜିବି ପ୍ଲସ 64 ଜିବି ମଡେଲର ଦାମ୍ 1000 ଟଙ୍କା ବଢି 9999ରେ ପହଞ୍ଚିଛି ।