ETV Bharat / bharat

ଗୁଜୁରାଟ ସଙ୍ଘ ମୁଖ୍ୟାଳୟ ଉଦଘାଟନ କଲେ ଭାଗବତ

author img

By

Published : Feb 15, 2020, 5:46 PM IST

Updated : Feb 15, 2020, 8:14 PM IST

ଗୁଜୁରାଟରେ ସଙ୍ଘ ମୁଖ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ । ନବ ନିର୍ମିତ ସଙ୍ଘ ମୁଖ୍ୟାଳୟର ନାଁ 'ଡା. ହେଡଗେଓ୍ବାର ଭବନ' । ଅଧିକ ପଢନ୍ତୁ...

ଆରଏସଏସ
ଆରଏସଏସ

ଗାନ୍ଧୀନଗର: ଗୁଜୁରାଟରେ ସଙ୍ଘ ମୁଖ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ନବ ନିର୍ମିତ ସଙ୍ଘ ମୁଖ୍ୟାଳୟର ନାଁ 'ଡା. ହେଡଗେଓ୍ବାର ଭବନ' ରହିଛି । 5 ମହଲା ବିଶିଷ୍ଟ ଏହି ସଙ୍ଘ ମୁଖ୍ୟାଳୟ ମଣିନଗରରେ ରହିଛି । ଉଦଘାଟନ ପୂର୍ବରୁ ସଙ୍ଘ ମୁଖ୍ୟ ଭାଗବତ ଡା. ହେଡଗେଓ୍ବାର ଭବନର ମୁଖ୍ୟ ଦ୍ବାରରେ ସ୍ଥାପିତ ଭାରତମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିଛନ୍ତି ।

50 ବର୍ଷ ପୁରୁଣା କୋଠାକୁ ଭାଙ୍ଗି ଏହି ବିଲଡିଂ ନିର୍ମାଣ କରାଯାଇଛି । 5 ତାଲା ବିଶିଷ୍ଟ ଏହି ବିଲଡିଂରେ 2 ମହଲା ବେସମେଣ୍ଟରେ ହାଇଟେକ ପାର୍କିଂର ବ୍ୟବସ୍ଥା ରହିଛି । 8 କୋଟି ଟଙ୍କାର ଏହି ବିଲଡିଂ ତିଆରି ପାଇଁ 3 ଲକ୍ଷ ସ୍ବୟଂ ସେବକ ଅର୍ଥ ଦାନ କରିଥିଲେ । ଉଦଘାଟନ ପରେ ସେ ସଙ୍ଘର ସ୍ଥାନୀୟ ପଦାଧିକାରୀଙ୍କ ସହ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2020, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.