ଗୌହାଟୀ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ପ୍ରକାଶିତ ହେବା ପରେ ପ୍ରାୟ 19 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏଥିରୁ ବାଦ ପଡିଛନ୍ତି। ଯେଉଁମାନଙ୍କ ମଧ୍ଯରେ ଅନେକ ହିନ୍ଦୁ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଶୁକ୍ରବାର 12 ଘଣ୍ଟିଆ ଆସାମ ବନ୍ଦ ଡାକରା ଦେଇଛି।
ଆସାମରେ ଏନଆରସିର ଚୂଡାନ୍ତ ତାଲିକା 31 ଅଗଷ୍ଟରେ ଜାରି କରାଯାଇଥିଲା । ଏଥିରେ 3କୋଟି 11ଲକ୍ଷ 21 ହଜାର 4 ଜଣ ଲୋକ ସାମିଲ ଥିବା ବେଳେ 19 ଲକ୍ଷ 6 ହଜାର 677 ଜଣ ବାଦ ପଡିଥିଲେ ।