ETV Bharat / bharat

ଆଜମ ଖାନଙ୍କ ବିରୋଧରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଙ୍ଘନର ୱାରେଣ୍ଟ ଜାରି

author img

By

Published : Nov 14, 2019, 1:33 PM IST

ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କ ବିରୋଧରେ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ମାମଲାରେ ୱାରେଣ୍ଟ ଜାରି ।

ଫଟୋ ସୌଜନ୍ୟ : ଫାଇଲ ଫଟୋ

ହାଇଦ୍ରାବାଦ: ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କ ବିରୋଧରେ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ମାମଲାରେ ୱାରେଣ୍ଟ ଜାରି କରାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର 26 ହେବ ।ଜିଲ୍ଲା ଅଦାଲତରେ ହାଜର ହେବା ପାଇଁ ଆଜମ ଖାନଙ୍କୁ ନୋଟିସ କରାଯାଇଥିଲା କିନ୍ତୁ ସେ ଅଦାଲତକୁ ଅବମାନନା କରି ଉପସ୍ଥିତ ନ ହେବା ଯୋଗୁଁ ରାମପୁର କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।

2019 ଲୋକସଭା ନିର୍ବାଚନ ସମୟରେ ସମାଜବାଦ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ସାଂସଦ ଆଜମ ଖାନ ସ୍ବରତୋଣ୍ଡାରେ ନିର୍ବାଚନମଣ୍ଡଳୀରେ ରୋଡ ଶୋ କରିଥିଲେ । ନିର୍ବାଚନ ପ୍ରଚାର ବେଳେ ରୋଡ ଶୋରେ ଅନୁମତି ପାଇବା ସମୟ ଠାରୁ ଅଧିକ ସମୟ ରୋଡ ଶୋ କରିଥିବାରୁ ଅଭିଯୋଗ କରାଯାଇଥିଲା । ଏହା ପରେ ପୋଲିସ ଚାର୍ଜ ସିଟ ଫାଇଲ କରି ଜିଲ୍ଲା କୋର୍ଟରେ ଦାଖଲ କରିଥିଲା ଏହାକୁ ରାମପୁର ଜିଲ୍ଲା କୋର୍ଟ ଶୁଣାଣି କରି ଦୁଇ ନେତା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା।

ଏହି ମାମଲାରେ ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବ ବେଲ ପାଇସାରିଛନ୍ତି କିନ୍ତୁ ଆଜମ ଖାନ କୋର୍ଟରେ ହାଜର ହୋଇନଥିବାରୁ ବେଲ ପାଇପାରିନାହାନ୍ତି । ଏହା ପୂର୍ବରୁ ମଧ୍ୟ ଆଜମ ଖାନଙ୍କ ବିରୋଧରେ ତିନୋଟି ୱାରେଣ୍ଟ ଜାରି କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.