ETV Bharat / bharat

ଜଣେ ଅଧିକାରୀ କୋରୋନା ପଜିଟିଭ, ସିଲ ହେଲା ରାମ ବିଲାସ ପାଶଓ୍ବାନଙ୍କ କାର୍ଯ୍ୟାଳୟ - Ram Vilas Paswan's ministry' office sealed

ପଶୁପାଳନ ଏବଂ ଦୁଗ୍ଧ ବିଭାଗରେ କୋରୋନା ମାମଲା ମିଳିବା ପରେ ବନ୍ଦ ହେଲା ମନ୍ତ୍ରୀ ରାମ ବିଲାସଙ୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

ସିଲ ହେଲା ରାମ ବିଲାସ ପାଶଓ୍ବାନଙ୍କ କାର୍ଯ୍ୟାଳୟ

author img

By

Published : May 19, 2020, 12:43 PM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କ କାର୍ଯ୍ୟାଳୟ ଏବଂ ମଧ୍ୟ ଦିଲ୍ଲୀ ସ୍ଥିତ କୃଷିଭବନରେ ତାଙ୍କ ମନ୍ତ୍ରଣାଳୟକୁ ସିଲ କରାଯାଇଛି । ସୂଚନାମୁତାବକ, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ଜଣେ ଅଧିକାରୀ କୋରୋନା ସଂକ୍ରମିତ ଥିବା ଜଣାପଡିଛି ।

ଏକ ସରକାରୀ ଆଦେଶରେ ଦର୍ଶାଯାଇଛି ଯେ କୁହାଯାଇଛି ଯେ, 'ପଶୁପାଳନ ଏବଂ ଦୁଗ୍ଧ ବିଭାଗରେ କୋରୋନା ମାମଲା ମିଳିଛି ସତ ହେଲେ ଏଥିପାଇଁ କୃଷି ଭବନରେ ଥିବା ଖାଦ୍ୟ ଓ ଜନ ବଣ୍ଟନ କାର୍ଯ୍ୟାଳୟ ସାନିଟାଇଜେସନ ପାଇଁ ମେ 19 ଓ 20ରେ ବନ୍ଦ ରହିବ ।

ପାସୱାନ ମନ୍ତ୍ରଣାଳୟ ଅଧୀନରେ ଦୁଇଟି ବିଭାଗ ଅଛି - ଖାଦ୍ୟ ଏବଂ ଜନ ବଣ୍ଟନ ବିଭାଗ ଏବଂ ଗ୍ରାହକ ବ୍ୟାପାର ବିଭାଗ । ନୂଆଦିଲ୍ଲୀର ରାଜପଥ ଅଞ୍ଚଳରେ ଅବସ୍ଥିତ କୃଷ୍ଣ ଭବନରେ କୃଷି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ସମେତ ଅନ୍ୟାନ୍ୟ ମନ୍ତ୍ରଣାଳୟ ରହିଛି। ଏହାପୂର୍ବରୁ, ଜାତୀୟ ରାଜଧାନୀରେ ଥିବା ନିତି ଆୟୋଗ କୋଠାକୁ ଜଣେ କର୍ମଚାରୀ ପଜିଟିଭ ମିଳିବା ପରେ ଏପ୍ରିଲ 28ରେ ସିଲ କରାଯାଇଥିଲା। ମେ 5ରେ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଦ୍ବାରା ସଂକ୍ରମିତ ହେବା ପରେ ଶାସ୍ତ୍ରୀ ଭବନର ଏକ ମହଲାକୁ ସିଲ କରାଯାଇଥିଲା।

ବର୍ତ୍ତମାନ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାର ପାର କରିଥିବାବେଳେ, ସେଥିମଧ୍ୟରୁ 160 ଜଣଙ୍କର ମୃତ୍ୟୁ ହୋଇଛି । 4 ହଜାର 485 ଜଣ ସୁସ୍ଥ ହୋଇ ଫେରିଥିବାବେଳେ, 5 ହଜାର 408ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.