ETV Bharat / bharat

ରାମ ମନ୍ଦିର: 40 ଦିନରେ 50 ବର୍ଷ ବିବାଦର ସମାଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଅଗଷ୍ଟ 5ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜା କରିବେ, ହୁଏତ ସେଦିନ 50ରୁ ଅଧିକ ବର୍ଷ ଧରି ରହି ଆସିଥିବା ସବୁଠାରୁ ଜଟିଳ ଏବଂ ହିଂସାପୂର୍ଣ୍ଣ ସାମ୍ପ୍ରଦାୟିକ ପ୍ରସଙ୍ଗର ପୂର୍ଣ୍ଣଛେଦ ପଡ଼ିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାମ ମନ୍ଦିର
ରାମ ମନ୍ଦିର
author img

By

Published : Aug 3, 2020, 12:57 PM IST

ଦିଲୀପ ଅୱସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଅଗଷ୍ଟ 5ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜା କରିବେ, ହୁଏତ ସେଦିନ 50ରୁ ଅଧିକ ବର୍ଷ ଧରି ରହି ଆସିଥିବା ସବୁଠାରୁ ଜଟିଳ ଏବଂ ହିଂସାପୂର୍ଣ୍ଣ ସାମ୍ପ୍ରଦାୟିକ ପ୍ରସଙ୍ଗର ପୂର୍ଣ୍ଣଛେଦ ପଡ଼ିବ । ସର୍ବଦା ସଂଘ ପରିବାରର ହୃଦୟ ଭଳି ଥିବା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ନିକଟରେ ଅନୁଷ୍ଠିତ ହୋଇ ଯାଇଥିବା ସମସ୍ତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇ ଆସୁଥିଲା। ତେବେ ସେମାନେ କିପରି ଲକ୍ଷ୍ୟ ହାସଲ କରିବେ ସେମାନଙ୍କ ପାଖରେ ସୂତ୍ର ନଥିଲା। ଯେତେସବୁ ଉଦ୍ୟମ ହୋଇଥିଲା, ସେଥିମଧ୍ୟରୁ କେବଳ ଆଲୋଚନାରେ ସୀମିତ ଥିଲା। ଯେତେଥର ବି କଥାବାର୍ତ୍ତା ହୋଇଛି, ସବୁ କିନ୍ତୁ ବିଫଳ ହୋଇଥିଲା।

ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସକାଶେ ନରେନ୍ଦ୍ର ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ସହ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବା ଆବଶ୍ୟକ ଥିଲା। ସୁପ୍ରିମ କୋର୍ଟଙ୍କ ଜରିଆରେ ଏହାକୁ ଆଗେଇ ନେବାକୁ ମୋଦି ନିଷ୍ପତ୍ତି ନେଇଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା। ଯେଉଁ ବିବାଦର ସମାଧାନ ଯୁଗ ଯୁଗ ଧରି ହୋଇ ପାରୁନଥିଲା, ତାହା ମାତ୍ର 40 ଦିନରେ ସର୍ବସମ୍ମତକ୍ରମେ ହୋଇପାରିଲା।

1980ର ପ୍ରାରମ୍ଭରେ ସଂଘ ପରିବାର ରାମ ମନ୍ଦିର/ବାବ୍ରି ମସଜିଦ୍ ପ୍ରସଙ୍ଗକୁ ଏକ ପ୍ରଭାବଶାଳୀ ପ୍ରସଙ୍ଗ ଭାବେ ବାଛି ନେଇଥିଲେ। ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଜାନୁଆରୀ 1984ରେ ଅଯୋଧ୍ୟାରେ ସରଜୁ ନଦୀ କୂଳରେ ସଂଘ ପରିବାର କର୍ମୀଙ୍କୁ ନେଇ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭର ସ୍ଲୋଗାନ ଥିଲା, “ତାଲା ଖୋଲ ତାଲା ଖୋଲ, ଜନ୍ମଭୂମି କା ତାଲା ଖୋଲ”।

ଭିଏଚପିର କାନ୍ଧରେ ଲାଉ ହୋଇ ବିଜେପି ଏହି ଆନ୍ଦୋଳନକୁ ଆଗେଇ ନେଇଥିଲା। ରାମ ଜନ୍ମଭୂମି ତାଲା ଖୋଲି ହିନ୍ଦୁମାନଙ୍କୁ ପ୍ରାର୍ଥନା ଅଧିକାର ପ୍ରଦାନ କରିବା ପାଇଁ ଫୈଜାବାଦ କୋର୍ଟ ଫେବ୍ରୁଆରୀ 1986ରେ ଅନୁମତି ଦେବା ପରେ ଭିଏଚପି ଆନ୍ଦୋଳନ ଆହୁରି ଜୋରଦାର ହୋଇଥିଲା। ଅଗଷ୍ଟ 1989ରେ ଆଲାହାବାଦ ହାଇକୋର୍ଟ ରାମ ଜନ୍ମଭୂମି/ବାବ୍ରି ମସଜିଦ ମାମଲାର ମାଲିକାନାକୁ ନେଇ ଶୁଣାଣି ଆରମ୍ଭ କରିଥିଲେ। ଏହାପରେ ନଭେମ୍ବର 1989ରେ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜୀବ ଗାନ୍ଧୀ ସରକାର ବିବାଦୀୟ ସ୍ଥଳ ନିକଟରେ ପୂଜା କରିବା ପାଇଁ ଭିଏଚପିକୁ ଅନୁମତି ଦେବା ଘଟଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ନେଇଥିଲା।

ମନ୍ଦିର ପ୍ରସଙ୍ଗରେ ଭିଏଚପି ପକ୍ଷରୁ ଏକ ଉନ୍ମାଦନା ପ୍ରକାଶ ପାଇଥିଲା। ନଭେମ୍ବର 1990ରେ ସଂଘ ପରିବାରର ଲକ୍ଷ ଲକ୍ଷ କର୍ମୀ ରାଜ୍ୟ ସରକାରଙ୍କ କଟକଣା ସତ୍ତ୍ବେ ଅଯୋଧ୍ୟାରେ ପହଞ୍ଚିଥିଲେ। ଯେତେବେଳେ ସେମାନେ ବିବାଦୀୟ ସ୍ଥଳୀ ଆଡକୁ ଅଗ୍ରସର ହୋଇଥିଲେ, ସେ ସମୟର ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଉତ୍ସୃଙ୍ଖଳ ଲୋକଙ୍କ ଉପରକୁ ଗୁଳିମାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଗୁଳିରେ 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତଥାପି 1991 ଲୋକସଭା ନିର୍ବାଚନରେ 45ଟି ଆସନରେ ଜିତି ବିଜେପିକୁ ଉଲ୍ଲେଖନୀୟ ଫାଇଦା ମିଳିଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ଅପୂର୍ବ ସଫଳତା। ବିଧାନସଭାରେ ଦଳର ସଂଖ୍ୟା 57ରୁ ବୃଦ୍ଧି ପାଇ 193ରେ ପହଞ୍ଚିଥିଲା।

ଗର୍ଜନ କରି ମାଡି ଚାଲିଥିବା ବିଜେପିର ରଥକୁ କିପରି ରୋକାଯିବ ସେ ନେଇ କଂଗ୍ରେସ ନେତୃମହଲରେ ଆରମ୍ଭ ହୋଇ ଯାଇଥିଲା ମାନସ ମନ୍ଥନ। ସେପ୍ଟେମ୍ବର 1990ରେ ଆଡଭାନିଙ୍କ ରଥଯାତ୍ରା ସୋମନାଥରୁ ବାହାରି ଅଯୋଧ୍ୟା ପର୍ଯ୍ୟନ୍ତ ଯାଇଥିଲା। ଏଥିପ୍ରତି ମିଳିଥିଲା ବିପୁଳ ଜନସମର୍ଥନ ଏବଂ ସାରା ଦେଶରେ ହିନ୍ଦୁ ହାୱା ବହିଥିଲା। ଯଦିଓ ବିବାଦୀୟ ରାମ ଜନ୍ମଭୂମି ସ୍ଥଳୀର ତାଲା ଖୋଲିବାକୁ କଂଗ୍ରେସ ଅନୁମତି ଦେବା ପରେ ଏହି ପ୍ରସଙ୍ଗରେ ନୂଆ ମୋଡ଼ ଆସିଥିଲା, କିନ୍ତୁ ସଂଘ ପରିବାର ପୂରା ସ୍ଥିତିର ଫାଇଦା ଉଠାଇଥିଲା। ସଂଘ ପରିବାର ପ୍ରତି ସମର୍ଥନକୁ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଭି.ପି.ସିଂହ ଏକ ନିର୍ଦ୍ଦିଷ୍ଟ ଯୋଜନା ଆଣିଥିଲେ। କମଣ୍ଡଳର ମୁକାବିଲା ପାଇଁ ସେ ମଣ୍ଡଳ ଆଣିଥିଲେ।

ଅଗଷ୍ଟ 7, 1990ରେ ତତ୍କାଳୀନ ଭି.ପି.ସିଂହ ସରକାର ମଣ୍ଡଳ କମିସନଙ୍କ ସୁପାରିସକୁ ଗ୍ରହଣ କରି ସଂରକ୍ଷଣ ଯୋଜନା ଲାଗୁ କରିବାକୁ ଘୋଷଣା କରିଥିଲେ। ଏହି ଯୋଜନାରେ 27 ପ୍ରତିଶତ ଚାକିରି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା କରାଗଲା। ମଣ୍ଡଳ ପ୍ଲାନ୍ କିଛି ଦୂର କାମ କଲା, କିନ୍ତୁ ବିଜେପିକୁ ରୋକିବାରେ ବିଫଳ ହୋଇଥିଲା। ଶେଷ ଘଟଣା ଘଟିଥିଲା ଡିସେମ୍ବର 6, 1992ରେ। ସେଦିନ ବିବାଦୀୟ ମସଜିଦକୁ ମାଟିରେ ମିଶାଇ ଦିଆଯାଇଥିଲା। ଅନେକ ସାମ୍ବାଦିକ କରସେବକଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କର ଟେପ ରେକର୍ଡର ଏବଂ କ୍ୟାମେରା ଛଡାଇ ନିଆଯାଇଥିଲା। ଆମେ ତଳେ ବସିଥିଲୁ, ପ୍ରାୟ ଚାରି ଘଣ୍ଟା ଭିତରେ ପୂରା ଢାଞ୍ଚାକୁ ଧ୍ବଂସ କରି ଦିଆଯାଇଥିଲା।

ଏ କ୍ଷେତ୍ରରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ନିରବତାକୁ ନେଇ ମଧ୍ୟ ସର୍ବଦା ଆଲୋଚନା ହେଉଛି। 1993ରେ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବିବାଦୀୟ ସ୍ଥଳ ନିକଟରେ 67 ଏକର ଜମି ଅଧିଗ୍ରହଣ କରିଥିଲେ। 1992 ମସଜିଦ ଭଙ୍ଗା ପରେ ବିବାଦୀୟ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଜୁନ୍ 2009ରେ ଲିବରହାନ କମିସନ ଲାଲକୃଷ୍ଣ ଆଡଭାନି, ମୂରଲୀ ମନୋହର ଯୋଷୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ସଂଘ ପରିବାରର 68ଜଣଙ୍କୁ ଅଭିଯୁକ୍ତ କରି ଏକ ରିପୋର୍ଟ ଦେଇଥିଲେ।

ସେପ୍ଟେମ୍ବର 30, 2010ରେ ଆଲାହାବାଦ ହାଇକୋର୍ଟ ଯେତେବେଳେ ବିବାଦୀୟ ସ୍ଥାନକୁଦୁଇ ଭାଗରେ ବିଭକ୍ତ କରିବାକୁ ଏକ ରାୟ ପ୍ରକାଶ କଲେ ସେତେବେଳେ ଦେଶବ୍ୟାପୀ ଆଉ ଏକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। କିନ୍ତୁ ମେ 2011ରେ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ। ଜାନୁଆରୀ 2019ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବା ସହ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ। ମଧ୍ୟସ୍ଥତା ଉଦ୍ୟମ ବିଫଳ ହେବାରୁ ସୁପ୍ରିମ କୋର୍ଟ ଅଗଷ୍ଟ 6, 2019ରୁ ମାମଲାର ଦୈନିକ ଶୁଣାଣି ଆରମ୍ଭ କରିଥିଲେ ଏବଂ ପ୍ରତିଶ୍ରୁତି ମୁତାବକ ଶୁଣାଣି ଆରମ୍ଭର 40 ଦିନରେ ରାୟ ପ୍ରକାଶ କରିଥିଲେ। ଅଯୋଧ୍ୟାରେ ଏକ ନୂଆ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା। ଆଉ ଏବେ ଅଗଷ୍ଟ 5, 2020ରେ ମନ୍ଦିର ନିର୍ମାଣର ଭୂମି ପୂଜା ସମ୍ପନ୍ନ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.