ETV Bharat / bharat

ବଜେଟ ଅଧିବେଶନ: ବୁଧବାର ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

author img

By

Published : Mar 6, 2020, 12:21 PM IST

ଶୁକ୍ରବାର ମଧ୍ୟ ହଙ୍ଗାମା ସହ ଆରମ୍ଭ ହୋଇଥିଲା ସଂସଦ ଅଧିବେଶନ । ଏହାପରେ ବୁଧବାର ଦିନ 11ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ଅଧିକ ପଢନ୍ତୁ...

Rajya Sabha
ରାଜ୍ୟସଭା

ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟ ହଙ୍ଗାମା ସହ ଆରମ୍ଭ ହୋଇଥିଲା ସଂସଦ ଅଧିବେଶନ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ହିଂସାକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ବିରୋଧୀଙ୍କ ବ୍ୟବହାରରେ ଆଜି ମଧ୍ୟ କ୍ଷୁବ୍ଧ ପ୍ରକାଶ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ରାଜ୍ୟସଭା

ଏହା ସହିତ ସେ ଶାସକ ଏବଂ ବିରୋଧୀ ସାଂସଦଙ୍କୁ ପରସ୍ପର ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହା ଦ୍ବାରା ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ସେ କହିଥିଲେ । ଏହାପରେ ବୁଧବାର ଦିନ 11ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।

ସେପଟେ ଲୋକସଭାରେ ମଧ୍ୟ ବିରୋଧୀ ସାଂସଦ ହଟ୍ଟଗୋଳ କରିଥିଲେ । ବିରୋଧୀ ସାଂସଦଙ୍କ ହଟ୍ଟଗୋଳରେ ଯୋଗୁଁ ଲୋକସଭାକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.