ETV Bharat / bharat

ଯୁଦ୍ଧ ବିମାନ ତେଜସରେ ଉଡିବେ ରାଜନାଥ ସିଂହ

author img

By

Published : Sep 17, 2019, 4:11 PM IST

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ତେଜସ ଯୁଦ୍ଧ ବିମାନ(ଏଲସିଏ)ରେ ସେ ଉଡାଣ ଭରିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କୌଣସି ଯୁଦ୍ଧ ବିମାନରେ ଉଡାଣ ଭରିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ତେଜସ ଯୁଦ୍ଧ ବିମାନ(ଏଲସିଏ)ରେ ସେ ଉଡାଣ ଭରିବେ । ସେପ୍ଟେମ୍ବର ୧୯ରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ ହେବ ।

ଏହି ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରୋନୋଟିକ୍ସ୍‌ ଲିମିଟେଡ୍‌ (ଏଚ୍‌ଏଏଲ) ନିର୍ମାଣ କରିଛି । ୮୩ ତେଜସ୍‌ ବିମାନ ନିର୍ମାଣ ପାଇଁ ଏଚ୍‌ଏଏଲ ସହ ୪୫ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ଯୁଦ୍ଧ ବିମାନର ସର୍ବାଧିକ ଗତି 1.6 ମେକ ଅଟେ । ଏହା 2000 କିମି ରେଞ୍ଜକୁ କଭର କରି ଶତୃକୁ ମାତ ଦେବାର କ୍ଷମତା ରଖୁଛି । ଏଥିରେ କକପିଟ୍‌, ହେଲମେଟ ମାଉଣ୍ଟେଡ ଡିସ୍‌ପ୍ଲେ, ମଲ୍ଟି ମୋଡ ରଡାର, କମ୍ପୋଜିଟ ଷ୍ଟ୍ରକଚର ଏବଂ ଫ୍ଲାଇ ବାଇ ୱାୟର ଡିଜିଟାଲ ସିଷ୍ଟମ ଭଳି ଆଧୁନୀକ ସୁବିଧା ରହିଛି । ଏହି ବିମାନରେ ଦୁଇଟି ଆର-73 ଏୟାର-ଟୁ-ଏୟାର ମିସାଇଲ, ଦୁଇଟି 1000 ଏଲବିଏସ କ୍ଷମତା ବିଶିଷ୍ଟ ବୋମା, ଗୋଟିଏ ଲେଜର ଡେଜିଗନେସନ ପୋଡ ଏବଂ 2 ଟି ଡ୍ରପ ଟ୍ୟାଙ୍କ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.