ଜୟପୁର: ସର୍ବସାଧାରଣ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧି ନାହାନ୍ତି ତେବେ ଗଣିବେ 200 ଟଙ୍କା ତଣ୍ଡ । ଏପରି କିଛି ନିୟମ ଲାଗୁ କରିଛନ୍ତି ରାଜସ୍ଥାନ ସରକାର । ଏହି ନିୟମ ନିଜ ଅଞ୍ଚଳରେ ଲାଗୁ କରିବାକୁ ସମସ୍ତ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର ।
ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି କୌଣସି ବିନା ମାସ୍କରେ ଜିନିଷ ବିକ୍ରି କରୁଥିବା ଦେଖିବାକୁ ମିଳିବ ତେବେ ସେ ମଧ୍ୟ ତଣ୍ଡ ଗଣିବେ । ଖାଲି ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପାନ, ତମାଖୁ, ଗୁଠକା, ଚୋବାଇ ଛେପ ପକାନ୍ତି ତେବେ ସେ ମଧ୍ୟ 200 ଟଙ୍କା ଜୋରିମାନେ ଦେବେ । ଆଉ ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମଦ ପିଉଥିବାର ନଜର ଆସନ୍ତି ତେବେ ସେ 500 ଟଙ୍କା ଜୋରିମାନା ଗଣିବେ ।
ଏପରିକି ଯଦି ଜଣେ ଦୋକାନୀ ମଦ, ପାନ, ଗୁଟକା, ତମାକୁ ବିକ୍ରି କରୁଛନ୍ତି, ଆଉ ସେହି ଦୋକାନରେ ଯଦି ଲୋକମାନଙ୍କ ମଧ୍ୟ ସାମାଜିକ ଦୂରତା ରଖାଯାଇ ନାହିଁ ତେବେ ସେ ତାଙ୍କୁ 500 ଟଙ୍କା ଜୋରିମାନା ଲାଗୁ କରାଯିବ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା (ଅନ୍ୟ ଜଣଙ୍କଠାରୁ ସର୍ବନିମ୍ନ ଛଅ ଫୁଟ) ନଥିବା ବ୍ୟକ୍ତିଙ୍କୁ 100 ଟଙ୍କା ସହିତ ଦଣ୍ଡିତ କରାଯିବ । ବିନା କୌଣସି ଅନୁମତିରେ ଯଦି ଜଣେ ବିବାହ ସମ୍ବନ୍ଧୀୟ କାର୍ଯ୍ୟ ଆୟୋଜନ କରନ୍ତି ତେବେ ତାଙ୍କୁ 5000 ଟଙ୍କା ଜୋରିମାନା ଲାଗୁ କରାଯିବ ।